
ଭୁବନେଶ୍ୱର ,ନୂଆ ପିଢ଼ିର କିଛି ମହିଳାଙ୍କ ଚିନ୍ତାଧାରାକୁ ନେଇ ସମାଲୋଚନା କରିଛନ୍ତି, ଅଭିନେତ୍ରୀ କଙ୍ଗନା ରଣାୱତ । କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରିରେ ପୋଷ୍ଟ କରି କହିଛନ୍ତି କିଛି ଯୁବତୀଙ୍କ ସ୍ୱାଧୀନତାର ଅର୍ଥ ନିଶା ସେବନ, ମଦ୍ୟପାନ ଓ ଅନେକ ଲୋକଙ୍କ ସହ ସମ୍ପର୍କ ରଖିବା ବୋଲି ଭାବୁଛନ୍ତି।ସେମାନେ ସ୍ୱାଧୀନ ଓ କ୍ୟାରିୟର କରୁଥିବା, ମହିଳାଙ୍କ ଜୀବନକୁ ଅନୁକରଣ କରିବାକୁ ଚାହାନ୍ତି, କିନ୍ତୁ ସେହି ସ୍ୱାଧୀନତା ପାଇଁ ଆବଶ୍ୟକ ଦାୟିତ୍ୱ ନେବାକୁ ଚାହାନ୍ତି ନାହିଁ। ପ୍ରକୃତ ସ୍ୱାଧୀନ ମହିଳାମାନେ ସାହସିକ ନିଷ୍ପତ୍ତି ନିଅନ୍ତି, ନିଜ ମତ ନିର୍ଭୟରେ ରଖନ୍ତି, ପରମ୍ପରାଠାରୁ ଅଲଗା ହୋଇ କ୍ୟାରିୟର ବାଛନ୍ତି ଏବଂ ନିଜ କାର୍ଯ୍ୟର ଦାୟିତ୍ୱ ନିଜେ ନିଅନ୍ତି। ସେମାନେ ନିଜ ନିଷ୍ପତ୍ତିର ପରିଣାମ ନିଜେ ବହନ କରନ୍ତି ଏବଂ ପରିବାର ଉପରେ ଭାର ପକାନ୍ତି ନାହିଁ।ସେମାନେ ପଢ଼ାଶୁଣାରେ, ଭଲ ନୁହନ୍ତି ଏବଂ ଭୁଲ ଚିନ୍ତାଧାରା ରଖୁଛନ୍ତି।ସେମାନେ ପିତାମାତାଙ୍କ ଆୟ ଉପରେ ନିର୍ଭର କରି ମଧ୍ୟ ନିଜକୁ ସ୍ୱାଧୀନ ବୋଲି କହୁଛନ୍ତି। କଙ୍ଗନା କହିଛନ୍ତି ଯେ, ସ୍ୱାଧୀନ ଜୀବନ ହାସଲ କରିବାକୁ ପଡ଼େ, ଏବଂ ଦାୟିତ୍ୱ ବିନା ସ୍ୱାଧୀନତା ଦାବି କରିବା ଠିକ୍ ନୁହେଁ।କଙ୍ଗନା ସୋସିଆଲ ମିଡିଆ ମାଧ୍ୟମରେ ଛାତ୍ର ଆନ୍ଦୋଳନକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, କାହାକୁ ପଦରୁ ହଟାଇବା କିମ୍ବା ପଦରେ ରଖିବା ପାଇଁ ସରକାର ଉପରେ ଚାପ ପକାଇବା ଠିକ୍ ନୁହେଁ।




