ଅନ୍ତର୍ଜାତୀୟ

କେବେ ଥମିବ ଋଷ-ୟୁକ୍ରେନ ଯୁଦ୍ଧ ?

ଋଷ-ୟୁକ୍ରେନ ଭିତରେ ଘମାଘୋଟ ଯୁଦ୍ଧ | 4 ବର୍ଷ ପରେ ବି ଥମିବାର ନାଁ ଧରୁନି ଯୁଦ୍ଧ | ପରସ୍ପର ଉପରେ ଆକ୍ରମଣ କରୁଛନ୍ତି | ରବିବାର ରାତିରେ ଋଷ ୟୁକ୍ରେନର ଏକ ବିଜ୍ର ଉପରେ ଡ୍ରୋନ ଆକ୍ରମଣ କରିଛି । ରୁଷିଆର ଡ୍ରୋନ୍ ୟୁକ୍ରେନର ରାଜଧାନୀ କିଭ୍‌ର ଉତ୍ତର ବ୍ରିଜ୍‌କୁ ହିଟ କରିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଇଛି ଯେ ଗାଡ଼ିଗୁଡ଼ିକ ବ୍ରିଜ୍ ଉପରେ ଚାଲୁଥିବା ସମୟରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି ବୋଲି କୁହାଯାଉଛି |

ଦୁଇ ଦିନ ମଧ୍ୟରେ ଉତ୍ତର ବ୍ରିଜ୍‌କୁ ଦ୍ୱିତୀୟ ଥର ଆକ୍ରମଣ କରିଛି ଋଷ। ବଡ଼ କଥା ହେଉଛି ଏହି ଆକ୍ରମଣ ସମୟରେ ଜର୍ମାନର ଚାନସିଲର କିଏଭ୍‌ରେ ଉପସ୍ଥିତ ଥିଲେ । ଏହା ପୂର୍ବରୁ କିଭର ଦକ୍ଷିଣ ବ୍ରିଜ୍ ଉପରେ ଋଷ ଆକ୍ରମଣ କରିଥିଲା । ୨୪ ଘଣ୍ଟାରୁ କମ୍ ସମୟରେ ପାଞ୍ଚ ଥର ଆକ୍ରମଣ କରିଛି କ୍ରେମଲିନ୍ । ୟୁକ୍ରେନ୍ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ବ୍ରିଜ୍‌ଗୁଡ଼ିକ ଉପରେ ବାରମ୍ବାର ଆକ୍ରମଣ ଡିନପ୍ରୋ ନଦୀ ଉପରେ ଗୁରୁତ୍ୱପୂର୍ଣ୍ଣ ଯାତାୟତ ସଂଯୋଗକୁ ବାଧା ଦେଇପାରେ ଏବଂ ରାଜଧାନୀକୁ ଦୁଇ ଭାଗରେ ବିଭକ୍ତ କରିପାରେ ।

Related Articles

Back to top button