ଓଡ଼ିଶା

ସବୁଠି ପ୍ରାର୍ଥୀ ଦେବ ଆପ । ଭୁବନେଶ୍ୱରରେ ବଡ଼ ମିଟିଂ

ଭୁବନେଶ୍ୱର ଜିଲ୍ଲା ସଂଗଠନ ପକ୍ଷରୁ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା | ଆଗାମୀ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା, ଜନସାଧାରଣଙ୍କ ନିକଟରେ ଦଳର ବାର୍ତ୍ତା ପହଞ୍ଚାଇବା ଏବଂ ଲୋକଙ୍କ ସହ ଯୋଡ଼ି ହେବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡର ପ୍ରତିନିଧି ଓ ନେତୃବୃନ୍ଦ ଯୋଗଦେଇଥିଲେ। ଆଗାମୀ ମହାନଗର ନିଗମ ନିର୍ବାଚନରେ ସମସ୍ତ ୱାର୍ଡରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଏହି ବୈଠକର ଘୋଷଣା କରିଥିଲେ। ଶ୍ରୀ ମହାପାତ୍ର ସମସ୍ତ କର୍ମକର୍ତ୍ତା ଓ ଦଳୀୟ ନେତୃତ୍ୱଙ୍କୁ ନିଜ ନିଜ ୱାର୍ଡରେ ଅଧିକରୁ ଅଧିକ ସଦସ୍ୟଙ୍କୁ ଦଳ ସହ ଯୋଡ଼ିବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ। ଆଗାମୀ ନିର୍ବାଚନରେ ଦଳ କିପରି ସଂଗଠିତ ଓ ଶକ୍ତିଶାଳୀ ଭାବେ ନିର୍ବାଚନ ଲଢ଼ିପାରିବ, ସେଥିପାଇଁ ସେ ବିଭିନ୍ନ ସାଂଗଠନିକ ପରାମର୍ଶ କର୍ମକର୍ତ୍ତାଙ୍କୁ ପ୍ରଦାନ କରିଥଲେ।

ପ୍ରତ୍ୟେକ ୱାର୍ଡରେ ୱାର୍ଡ କମିଟି ଗଠନ କରିବା ସହ ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକର ସମାଧାନ ପାଇଁ ଜନସାଧାରଣଙ୍କ ସହ ମିଶି କାର୍ଯ୍ୟ କରିବା ଉପରେ ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ୟ୍ଯ କାନୁନଗୋ ଗୁରୁତ୍ୱାରୋପ କରିଥିଲେ।।ଏଥିସହ ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ୱାର୍ଡର ପ୍ରତିନିଧି ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ମିଳିତ ବୈଠକ ଆୟୋଜନ କରିବା ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

 

Related Articles

Back to top button