
ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି | ଭୁବନେଶ୍ବରରୁ ଶୁଭାରମ୍ଭ କରିବେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନଭେମ୍ୱର ୨ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଚାଲିବ କାର୍ଯ୍ୟକ୍ରମ । ଚଳିତ ଥର ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଓ ବିଜେଡି ଶାସନ କାଳର ସଫଳତାକୁ ନେଇ ଘରକୁ ଘର ଯିବ ବିଜୁ ଜନତା ଦଳ । ଏମ୍ଏମ୍ଡିଆର ସଂଶୋଧନ ବିଲ୍ ସମେତ ଆଇନଶୃଙ୍ଖଳା, କୃଷକ ସମସ୍ୟା ନାରୀ ନିର୍ଯ୍ୟାତନାକୁ ଅସ୍ତ୍ର କରିବ ଦଳ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୩୪ଟି ସାଙ୍ଗଠନିକ ଜିଲ୍ଲାର ମୁଖ୍ୟାଳୟ, ପ୍ରତି ବ୍ଲକ୍, ପୌରପାଳିକା, ଏନ୍ଏସି, ମହାନଗର ନିଗମ ସବୁଠି ପଦଯାତ୍ରା ଅନୁଷ୍ଠିତ ହେବ । ପଦଯାତ୍ରା ଜରିଆରେ ତୃଣମୂଳ ସ୍ତରକୁ ଯିବା ସହ ଜନମତ ସୃଷ୍ଟି କରିବା ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।




