ଓଡ଼ିଶା

ଓଡିଶା ବନ୍ଦ, କିଛି ସ୍ଥାନରେ ପ୍ରଭାବ

୧୨ ଘଣ୍ଟିଆ ବନ୍ଦ ଡାକରା , କିଛି ସ୍ଥାନରେ ଏହା ପ୍ରଭାବ ପଡିଛି | ଗାଡି ମୋଟର ଚଳାଚଳ ସ୍ୱାଭାବିକ ରହିଛି | କିନ୍ତୁ କିଛି ସମୟ ଅପେକ୍ଷା କରିବାକୁ ପଡୁଛି | ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ଛଅ ଦଫା ଦାବି ନେଇ ସଂଗଠନ ପକ୍ଷରୁ ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯିବ। ଜରୁରୀ ସେବାକୁ ପ୍ରଭାବିତ ନ କରି ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ସହ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଭୁବନେଶ୍ୱର ବରମୁଣ୍ଡାରୁ ଆନ୍ଦୋଳନ ଆରମ୍ଭ କରିବ ନବନିର୍ମାଣ ଯୁବଛାତ୍ର ସଂଗଠନ। ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦକୁ ସଫଳ କରିବାକୁ ଯୋଜନା ରହିଛି। ତେବେ ବନ୍ଦରୁ ଟ୍ରେନ୍ ଚଳାଚଳକୁ ବାଦ୍ ଦିଆଯାଇଥିବା ବେଳେ ବସ୍ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି। ଫଳରେ ଯାତ୍ରୀଙ୍କ ଯାତାୟାତରେ ସମସ୍ୟା ଉପୁଜିପାରେ।

ସେପଟେ, ଦାବି ପୂରଣ ନେଇ ସଂଗଠନ ପକ୍ଷରୁ ଚାଲିଥିବା ଅନଶନ ମଧ୍ୟ ଜାରି ରହିବ। ଦୀର୍ଘ ଦିନ ଧରି ଦାବି ପୂରଣ ପାଇଁ ଆନ୍ଦୋଳନ ଚାଲିଥିଲେ ମଧ୍ୟ ସମାଧାନର ବାଟ ଫିଟିନଥିବା ଅଭିଯୋଗ କରିଛି ସଂଗଠନ। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।

Related Articles

Back to top button