୩୦ଟି ଗେଟ୍ ଖୋଲିଛି ହୀରାକୁଦ | ପାଣିରେ ଭାସିବ ସାରା ଓଡିଶା |

ହୀରାକୁଦରେ ଖୋଲିଛି ୩୦ଟି ଗେଟ୍ | ବର୍ତ୍ତମାନ ଜଳସ୍ତର ୬୨୯ ଫୁଟ୍ ରହିଛି । ହୀରାକୁଦକୁ ୬ ଲକ୍ଷ ୩୬ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୫ ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ଯାହାଫଳରେ ମହାନଦୀରେ ବଢୁଛି ବନ୍ୟାଜଳ । ମୁଣ୍ଡୁଳିରେ ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡୁଳିରେ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି । ଏହା ବଢି ୮ ଲକ୍ଷ କ୍ୟୁସେକ୍ରେ ପହଞ୍ଚିବ । ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ପିକ୍ ଜଳ ପହଞ୍ଚିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି ।
ମୁଣ୍ଡୁଳିରେ ଜଳ ପ୍ରବାହ ବଢିବା ଯୋଗୁଁ ଲୁଣା, କରାଣ୍ଡିଆ, ରାଜୁଆ, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କୁଆଖାଇ ଓ କାଠଯୋଡ଼ି ନଦୀରେ ମଧ୍ୟ ପାଣି ବଢିବ । ଏହାର ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହୋଇପାରେ । ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା ଓ ଗୋପ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । ଆଠଗଡ଼ ଅଞ୍ଚଳରେ ମଧ୍ୟ ପାଣି ପଶିବା ଆରମ୍ଭ ହୋଇଛି ।ଅନ୍ୟପଟେ ସୁବର୍ଣ୍ଣରେଖାର ରାଜଘାଟରେ ସ୍ଥିତି ସୁଧୁରିଛି । ବୁଢ଼ାବଳଙ୍ଗ ଓ ମଥାନୀରେ ମଧ୍ୟ ପାଣି କମିଛି । ବୈତରଣୀ ନଦୀରେ ମଧ୍ୟ ଜଳସ୍ତର ହ୍ରାସ ପାଇଛି ।




