ଓଡ଼ିଶାବାଣିଜ୍ୟ

ବନ୍ଦ ହେବନି ବ୍ୟାଙ୍କ | ଆଲୋଚନା ପରେ ଆକ୍ସନ !

ଖୋଲା ରହିବ ସବୁ ବ୍ୟାଙ୍କ । ଆଉ ହଇରାଣ ହେବେନି ଗ୍ରାହକ। ହଁ ଆଂଜ୍ଞା ତିନିଦିନିଆ ଦେଶବ୍ୟାପି ଧର୍ମଘଟକୁ ସ୍ଥଗିତ ରଖାଯାଇଛି | ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ହେବାକୁ ଥିବା ତିନିଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ କରାଯାଇଛି । ରବିବାର ରାତିରେ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ ବା IBA ସହ ବୈଠକ ପରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ବା UFBU ଧର୍ମଘଟକୁ ସ୍ଥଗିତ ରଖିଛି ।

ଏହାର ଅର୍ଥ ଆଜି ସମସ୍ତ ବ୍ୟାଙ୍କ ଶାଖା ସାଧାରଣ ଭାବେ ଖୋଲା ରହିବ । ବିଶେଷକରି ଅର୍ଦ୍ଧବାର୍ଷିକ ଆକାଉଣ୍ଟ କ୍ଲୋଜିଂ ସମୟରେ ତିନିଦିନିଆ ଧର୍ମଘଟ ହେଲେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିଲା । ହେଲେ ଏବେ ଆଉ ନାହିଁ | ଏ ନେଇ ଏକ ବୈଠକ ହୋଇଥିଲା | ଆଉ IBA ଏହି ଦାବି ଉପରେ ତୁରନ୍ତ ଏକ ହାଇ-ଲେଭଲ୍ କମିଟି ଗଠନ କରିବାକୁ ରାଜି ହୋଇଛି । ଏହି କମିଟି ଅବଶିଷ୍ଟ ଶନିବାରଗୁଡ଼ିକୁ ବ୍ୟାଙ୍କ ଛୁଟି କରାଯାଇପାରିବ କି ନାହିଁ, ସେନେଇ ବିଚାର କରିବ ।

କାରଣ ବ୍ୟାଙ୍କ ୟୁନିଅନ୍‌ଗୁଡ଼ିକର ମୁଖ୍ୟ ଦାବି ହେଉଛି ସପ୍ତାହରେ ୫ ଦିନ ବ୍ୟାଙ୍କ ଖୋଲା ରହିବ । ଅର୍ଥାତ୍ ସମସ୍ତ ଶନିବାର ବ୍ୟାଙ୍କ ଛୁଟି ରହୁ ବୋଲି ୟୁନିଅନ୍‌ଗୁଡ଼ିକ ଦାବି କରୁଛନ୍ତି । ଏବେ ବ୍ୟାଙ୍କରେ କେବଳ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ରହୁଛି | କିନ୍ତୁ ସବୁ ଶନିବାର ଛୁଟି କରିବାକୁ ଦାବି କରିଛି IBA | ଏହାସହ ଗ୍ରାହକଙ୍କ ସମେତ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କ ମତାମତ ମଧ୍ୟ ନିଆଯିବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି—ଏବେଠାରୁ ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ ହୋଇନାହିଁ। କମିଟି କେବେ ସୁଦ୍ଧା ନିଷ୍ପତ୍ତି ଦେବ, ସେନେଇ ମଧ୍ୟ କୌଣସି ସମୟସୀମା ଧାର୍ଯ୍ୟ ହୋଇନାହିଁ ।

Related Articles

Back to top button