ଓଡ଼ିଶାରାଜନୀତି

ଆସନ୍ତା୩୦ରେ ଓଡ଼ିଶା ବନ୍ଦ

ବିଧାନସଭାରେ ଅଧିବେଶନ ଚାଲିଥିବା ବେଳେ ବାହାରେ ତେଜ ହେଉଛି ରାଜନୈତିକ ଲଢ଼େଇ। ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳମାନେ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ।ଏମଏମଡିଆର ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଆସନ୍ତା ୨୮ ଓ ୨୯ରେ ବିଧାନସଭା ଘେରିବାକୁ ଯାଉଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ।

୨୮ରେ ବିଜେଡି ବିଧାନସଭା ଘେରାଉ କରିବାକୁ ଥିବା ବେଳେ ୨୯ ତାରିଖରେ ଏମଏମଡିଆର ପ୍ରସଙ୍ଗରେ ଲୋୟର ପିଏମଜି ବଡ଼ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି କଂଗ୍ରେସ। ଏହି ଆନ୍ଦୋଳନରେ ଦଳର ନେତା, କର୍ମୀ ଓ ସମର୍ଥକମାନେ ସାମିଲ ହେବା ନେଇ ପ୍ରସ୍ତୁତି ଚାଲିଛି। ବିଧାନସଭା ଘେରାଉ ମାଧ୍ୟମରେ ସରକାରଙ୍କ ଉପରେ ରାଜନୈତିକ ଚାପ ସୃଷ୍ଟି କରିବା ସହ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକରେ ସ୍ପଷ୍ଟୀକରଣ ଦାବି କରିବା ଦଳର ଉଦ୍ଦେଶ୍ୟ ବୋଲି କୁହାଯାଉଛି।ସେପଟେ ଆସନ୍ତା ୩୦ରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ।

 

Related Articles

Back to top button