ଜାତୀୟନିର୍ବାଚନ

ଇସ୍ତଫା ନା ପଦ୍ମଭୂଷଣ କ’ଣ ମିଳିବ ଗ୍ୟାନେଶ କୁମାରଙ୍କୁ ? ମୁହାଁମୁହିଁ ଶାସକ-ବିରୋଧୀ !

ଜ୍ଞାନେଶ କୁମାରଙ୍କ ଇସ୍ତଫାକୁ ନେଇ ବିରୋଧୀ ଅଡ଼ି ବସିଛନ୍ତି । ଦିଲ୍ଲୀଠୁ ପଲ୍ଲୀ ସବୁଠି କରାଯାଉଛି ବିରୋଧୀ । ହେଲେ ଅନ୍ୟପଟେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ପଦ୍ମଭୂଷଣ ଦିଆଯାଉ ବୋଲି ବିଜେପି ନେତା ଦାବି ସମିକ ଭଟ୍ଟାଚାର୍ଯ୍ୟ କରିଛନ୍ତି | ସେ କହିଛନ୍ତି, ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହିଂସା ରୋକିବା ଏବଂ ଭୋଟର ତାଲିକାରୁ ଅଯୋଗ୍ୟ ନାମ ହଟାଇବାରେ ଗ୍ୟାନେଶ କୁମାରଙ୍କ ଭୂମିକା ରହିଛି । ଶୁକ୍ରବାର ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଗ୍ୟାନେଶ କୁମାରଙ୍କୁ ଅନ୍ତତଃ ପଦ୍ମଭୂଷଣ ଦିଆଯିବା ଉଚିତ । ତାଙ୍କ ଦାବି ଅନୁସାରେ, ଦୀର୍ଘ ସମୟ ପରେ ପଶ୍ଚିମବଙ୍ଗରେ ଲୋକେ ଭୟମୁକ୍ତ ଭାବେ ଭୋଟ୍ ଦେଇପାରିଥିଲେ ।

ତେବେ ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ବିବାଦ ତୀବ୍ର ହୋଇଛି । ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ SIR ସମେତ ଭୋଟର ତାଲିକା ସମ୍ପର୍କିତ କିଛି ନିଷ୍ପତ୍ତି ଉପରେ ଗତ ୧୦ ମାସରେ ଅନେକ ଥର ଆପତ୍ତି ଉଠାଇଥିବା ରିପୋର୍ଟ ପ୍ରକାଶ ପାଇଛି ।ଏହାକୁ ନେଇ ଏବେ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ ନିର୍ବାଚନ କମିଶନ ପକ୍ଷରୁ ପୂର୍ବରୁ କୁହାଯାଇଛି ଯେ ନିଷ୍ପତ୍ତିଗୁଡ଼ିକ ସର୍ବସମ୍ମତିରେ ନିଆଯାଉଛି । ପଶ୍ଚିମବଙ୍ଗର SIR ପ୍ରସଙ୍ଗରେ ମଧ୍ୟ ଭୋଟର ତାଲିକାରୁ ନାମ ବାଦ ପଡ଼ିବାକୁ ନେଇ ବିବାଦ ରହିଛି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ୨୭ ଲକ୍ଷରୁ ଅଧିକ ନାମ ବାଦ ପଡ଼ିଥିବା ବେଳେ ୨୨ ଲକ୍ଷରୁ ଅଧିକ ଲୋକ ନାମ ପୁନଃ ଯୋଡ଼ିବା ପାଇଁ ଆବେଦନ କରିଛନ୍ତି । ଏହି ବିବାଦ ମଧ୍ୟରେ ଗ୍ୟାନେଶ କୁମାରଙ୍କ ପାଇଁ ପଦ୍ମଭୂଷଣ ଦାବି କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସମିକ ଭଟ୍ଟାଚାର୍ଯ୍ୟ । ତାଙ୍କ ମତକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button