ଓଡ଼ିଶା

ଭୁବନେଶ୍ୱରକୁ ଜିଲ୍ଲା କର, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲ୍ଲା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ଭୁବନେଶ୍ବର ଜିଲ୍ଲା ଅଭିଯାନ। ଜିଲ୍ଲା ଅଭିଯାନର ମୁଖ୍ୟ ଲିଙ୍ଗରାଜ ସାହୁଙ୍କ ନେତୃତ୍ବରେ ଆଜି ବିଭିନ୍ନ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଗୋଟିଏ ଗୋଟିଏ ଦାବି ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲ୍ଲା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ତାଲିକାରେ ରଖିଥିବାରୁ ଶ୍ରୀ ସାହୁ ଧନ୍ୟବାଦ ଜଣାଇବା ସହ ଏହାକୁ ବିଧିବଦ୍ଧ ଘୋଷଣା କରିବାକୁ ଦାବି କରାଯାଇଛି।

ଏହି ଦାବିପତ୍ର ପ୍ରଦାନ ବେଳେ ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ, ରୋଟାରୀ କ୍ଳବ ପୂର୍ବତନ ସଭାପତି ଗଦାଧର ଦାସ, ସେବାୟତ ଗୋପାଳ ମକଦ୍ଦମ, ସାହାଯ୍ୟ ଗ୍ରୁପ ସମ୍ପାଦକ ଜ୍ଞାନ ପ୍ରକାଶ ପାଲ, ସମେତ ବହୁ ଓକିଲ ନେତା, ସାମ୍ବାଦିକ ନେତା, ସେବାୟତ, ଆଦି ସାମିଲ ହୋଇଥିଲେ। ଭୁବନେଶ୍ବର ଜିଲ୍ଲା ଅଭିଯାନ ମୁଖ୍ୟ ଶ୍ରୀ ସାହୁ କହିଥିଲେ ବର୍ତ୍ତମାନ ଭୁବନେଶ୍ବରର ଜନସଂଖ୍ୟା ଯଥେଷ୍ଟ ବଢ଼ିଗଲାଣି। ୧୯୯୨ର ଜିଲ୍ଲା ଗଠନ ବେଳେ ଏହାର ଲୋକସଂଖ୍ୟା ଥିଲା ୧୧ଲକ୍ଷ । ମାତ୍ର ଏବେ ଏହା ବଢ଼ି ୨୩ଲକ୍ଷରେ ପହଞ୍ଚିଲାଣି । ଭୁବନେଶ୍ୱରରେ ସବୁ ସରକାରୀ କାର୍ଯ୍ୟାଳରେ କାର୍ଯ୍ୟକରୁଥିବା ବେଳେ ୩ ନିର୍ବାଚନ ମଣ୍ଡଳିରେ ଲୋକ ସଂଖ୍ୟା ୧୩ଲକ୍ଷରେ ପହଞ୍ଚିଲାଣି ।

ଭୁବନେଶ୍ବରରୁ ଜଣେ ସାଧାରଣ ଲୋକ ଖୋର୍ଦ୍ଧାରେ ପହଞ୍ଚିବାକୁ ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଲାଗୁଛି। ସେହିପରି ବାଲିଅନ୍ତା ବାଲିପାଟଣା ଖୋର୍ଦ୍ଧାକୁ ଗଲେ ସକାଳୁ ସନ୍ଧ୍ୟା ହୋଇଯିବ। ଭୁବନେଶ୍ୱରକୁ ଜିଲ୍ଲା ଗଠନ ପାଇଁ ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ପ୍ରସ୍ତବ ରଖି ବହୁ କାର୍ଯ୍ୟାଳୟ ଏଠାରେ ସ୍ଥାପନା କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟି ମଧ୍ୟ ଜିଲ୍ଲା କରିବାକୁ ସୁପାରିଶ କରିଥିଲେ ପ୍ରାୟ ସବୁ ରାଜଧାନୀ ଜିଲ୍ଲା ହୋଇଥିବା ବେଳେ ଆଉ କେତେଦିନ ସବ୍ଡିଭିଜନ୍ ଅଧିନରେ ରହିବା ବୋଲି ଶ୍ରୀ ସାହୁ କହିଥିଲେ।

Related Articles

Back to top button