ଓଡ଼ିଶା

ଗିରଫ ପରେ ଚାକିରିରୁ ନିଲମ୍ୱିତ ଦୁଇ ବାବୁ !

ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଏବଂ କଟକ ସର୍କଲ ଜେଲ୍‌ର ସିନିୟର ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଉଭୟ ଅଧିକାରୀଙ୍କ ନିଲମ୍ବନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଗିରଫ ହେବା ପରେ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍‌ରେ ରହିଥିବା କାରଣରୁ ଉଭୟଙ୍କ ବିରୋଧରେ ଏହି ପ୍ରଶାସନିକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ଜଣେ ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଥିଲା। ଗିରଫ ପରେ ସେ ଜେଲ୍‌ରେ ଥିବା ବେଳେ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍‌ରେ ରହିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି। ସେହିପରି କଟକ ସର୍କଲ ଜେଲ୍‌ର ସିନିୟର ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ମଧ୍ୟ ଗିରଫ ହୋଇଛନ୍ତି। ଚୌଦ୍ୱାର ଦୁଇ ବରିଷ୍ଠ ଅଧିକାରୀଙ୍କ ନିଲମ୍ବନକୁ ନେଇ ରାଜ୍ୟ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି।

 

 

 

 

 

Related Articles

Back to top button