ଅନ୍ତର୍ଜାତୀୟବାଣିଜ୍ୟ

ଅନ୍ତର୍ଜାତୀୟସ୍ତରରେ ତୈଳ ଦାମ ହଠାତ୍ ବଢ଼ିଯିବ

ଭୁବନେଶ୍ୱର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଯେ ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ କିମ୍ବା ତୁରନ୍ତ ଅନ୍ୟ କାହାଠାରୁ ଏହା ଆଣିବ ନାହିଁ। ଦେଶର ୧୪୦ କୋଟି ଲୋକଙ୍କ ଶକ୍ତି ଆବଶ୍ୟକତା ଓ ଘରୋଇ ଶକ୍ତି ସୁରକ୍ଷାକୁ ଦେଖି ,ଏହି ନିଷ୍ପତ୍ତି ନିଆଯାଇଛି।ରୁଷ ଓ ଇରାନରୁ ତୈଳ କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ ଶହେ ପ୍ରତିଶତ ଶୁଳ୍କ ଲଗାଇବାର ବ୍ୟବସ୍ଥା ଥିବା ଆଇନକୁ ଆମେରିକା ରାଷ୍ଟ୍ରପତି, ଡୋନାଲ୍ଡ ଟ୍ରମ୍ପ ମଞ୍ଜୁରୀ ଦେଇଛନ୍ତି। ଏହି ନୂଆ ଆଇନରେ ଭାରତ, ସର୍ବାଧିକ ପ୍ରଭାବିତ ହୋଇପାରେ। ତେବେ ଆମେରିକା ଚାପ ଆଗରେ ନଇଁବୁ ନାହିଁ ବୋଲି ଭାରତ, ବାର୍ତ୍ତା ଦେଇଛି।ଅର୍ଥମନ୍ତ୍ରୀ କହିଥିଲେ ଯେ ଯଦି ଭାରତ ରୁଷକୁ ଛାଡ଼ି ଅନ୍ୟ ଦେଶଗୁଡ଼ିକଠାରୁ, ତୈଳ ଆଣିବା ଆରମ୍ଭ କରିବ, ତେବେ ବଜାରରେ ତୈଳ ହ୍ରାସ ପାଇବ ଓ ଅନ୍ତର୍ଜାତୀୟସ୍ତରରେ, ଦାମ ହଠାତ୍ ବହୁତ ବଢ଼ିଯିବ। ସାଉଦି ଆରବର ତୈଳ ବିଶୋଧନାଗାର ଉପରେ, ଆକ୍ରମଣ ଓ ଉପସାଗରୀୟ ଦେଶରେ ଉତ୍ତେଜନା କାରଣରୁ ପୂର୍ବରୁ ହିଁ ତୈଳ ଅଭାବ ଦେଖା ଦେଇଛି।

Related Articles

Back to top button