ଓଡ଼ିଶାପାଣିପାଗ

ଦକ୍ଷିଣ ଓଡ଼ିଶାକୁ ଗଭୀର ଅବପାତ  ସମ୍ଭାବନା

ଭୁବନେଶ୍ୱର,ଗତକାଲି ରାତିରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଝିରେ, କଳିଙ୍ଗପଟନମର ଦକ୍ଷିଣ-ପଶ୍ଚିମ ଦିଗ ନିକଟରେ, ଗଭୀର ଅବପାତ ଉପକୂଳ ଅତିକ୍ରମ କରିଥିଲା।

ଏବେ ଏହାର ଗତି ଧୀର ହୋଇଥିବା ସୂଚନା ମିଳିଛି। ଆଗକୁ ବଢୁଛି ଡିପ୍ ଡିପ୍ରେସନ୍।

ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ପ୍ରାୟ ୩ କିଲୋମିଟର ବେଗରେ, ଏହା ଅଗ୍ରସର ହେଉଛି।

ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ, କୋରାପୁଟ ଦେଇ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ପ୍ରାୟ ୩ କିମି ବେଗରେ ଏହା ଆଗକୁ ବଢୁଛି।

ଆଜି ସନ୍ଧ୍ୟା ସୁଦ୍ଧା କୋରାପୁଟ ଦେଇ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ, ବର୍ଷା ଜାରି ରହିପାରେ।

ଗଭୀର ଅବପାତର ଗତି ମନ୍ଥର ହୋଇଥିବାରୁ, ପ୍ରଭାବିତ ଅଞ୍ଚଳରେ ପାଣିପାଗ ସ୍ଥିତି ଉପରେ, ସରକାର ନଜର ରଖିଛନ୍ତି ।

Related Articles

Back to top button