Breaking Newsକ୍ରୀଡ଼ା
କିଏ ନେବେ ହାର୍ଦ୍ଦିକଙ୍କ ଜାଗା ?

ଆରମ୍ଭ ହେଲାଣି IPL 2027 ପାଇଁ ଲଢେଇ । କିଏ କେଉଁ ଦଳକୁ ଯିବେ ଏବେଠୁ ଫ୍ୟାନ୍ସମାନେ ଚର୍ଚ୍ଚା ଆଲୋଚନା କଲେଣି । ଆଉ ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ଅଦଳବଦଳ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଞ୍ଜାବ କିଙ୍ଗ୍ସକୁ ଟ୍ରେଡ୍ କରି ତାଙ୍କ ବଦଳରେ ଦଳରେ ସାମିଲ କରିଛି ଅର୍ଶଦୀପ ସିଂହଙ୍କୁ। ଏବେ ସବୁଠୁ ବଡ଼ ପ୍ରଶ୍ନ କିଏ ହେବ ମୁମ୍ବାଇର ନୂଆ ଅଧିନାୟକ ?
ରୋହିତ ଶର୍ମାଙ୍କ ସହ ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ ଓ ଯଶପ୍ରୀତ ବୁମ୍ରାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଅନ୍ୟପଟେ, ହାର୍ଦ୍ଦିକଙ୍କ ବଦଳରେ ଆସିଥିବା ଅର୍ଶଦୀପ ବୁମ୍ରାଙ୍କ ସହ ମିଶି ମୁମ୍ବାଇର ବୋଲିଂ ଆକ୍ରମଣକୁ ଆହୁରି ଶକ୍ତିଶାଳୀ କରିପାରନ୍ତି। ନଭେମ୍ବର ୧୭ ରିଟେନ୍ସନ୍ ଡେଡ୍ଲାଇନ୍ ଓ ଡିସେମ୍ବର ୧୬ର ମିନି ଅକ୍ସନ୍ ପୂର୍ବରୁ ଏବେ ସମସ୍ତଙ୍କ ନଜର ମୁମ୍ବାଇର ନୂଆ କ୍ୟାପଟେନ୍ ଉପରେ ।




