
ତୃତୀୟ ଦିନରେ ବି ଚାଲିପାରୁନି ଗୃହ | ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ହଂଗାମା କରିଥିଲେ । ୪ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି। MMDR ପ୍ରତ୍ୟାହାର ଦାବିରେ ଗର୍ଜିଲେ ବିରୋଧୀ। ଗୃହରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ପ୍ରତିବାଦ। ପ୍ରଶ୍ନକାଳ କିଛି ସମୟ ଚାଲିବା ପରେ ୪ଟା ଯାଏ ଗୃହ ମୁଲତବି ଘୋଷଣା କଲେ ଉପ ବାଚସ୍ପତି। ଏହାପରେ ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ବ୍ୟାନର ପିନ୍ଧି କଂଗ୍ରେସ ବିଧାୟକ ପ୍ରତିବାଦ କରୁଛନ୍ତି। ସେହିପରି ହାତରେ ବ୍ୟାନର ଧରି OMC ଅଫିସ୍ ଆଗରେ ପ୍ରତିବାଦ କରୁଛନ୍ତି ବିଜେଡି ବିଧାୟକ।




