ଓଡ଼ିଶାଜାତୀୟରାଜନୀତି

ବୈଦେଶିକ ନୀତି ବିଭାଗ ଅଧ୍ୟକ୍ଷଙ୍କୁ ଭେଟିଲା କଂଗ୍ରେସ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରବାସୀ ଭାରତୀୟ କଂଗ୍ରେସ/ପ୍ରବାସୀ ଓଡ଼ିଆ ପ୍ରକୋଷ୍ଠର ଅଧକ୍ଷ ଶରତ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶୁକ୍ରବାର ଡକ୍ଟର ଆରତୀ କ୍ରିଷ୍ଣା ଅଖିଳ ଭାରତୀୟ କଂଗ୍ରେସର ପ୍ରବାସୀ ଭାରତୀୟ କଂଗ୍ରେସ ଏବଂ ବୈଦେଶିକ ନୀତି ବିଭାଗର ଅଧ୍ୟକ୍ଷଙ୍କୁ ନୂଆଦିଲ୍ଲୀ ଠାରେ ଭେଟି ଏହି ନବ ଗଠିତ ପ୍ରକୋଷ୍ଠର ବିଭିନ୍ନ କାର୍ଯ୍ୟକ୍ରମ କରିବା ଉପରେ ଆଲୋକପାତ କରିଛନ୍ତି ।

ଭାରତୀୟ ତଥା ଓଡ଼ିଆ ବଂଶଜମାନଙ୍କର ଭିନ୍ନ ଭିନ୍ନ ସମସ୍ୟା ଯଥା- ଭିସା, ସ୍ୱଦେଶ ପ୍ରତ୍ୟାବର୍ତ୍ତନ, ପିଲାମାନଙ୍କର ଶିକ୍ଷା, ଓଡ଼ିଶାରେ ରହୁଥିବା ଅଭିଭାବଙ୍କର ସ୍ୱାସ୍ଥ୍ୟ ଏବଂ ବର୍ତ୍ତମାନର ବୈଦେଶିକ ନୀତି ଇତ୍ୟାଦି ବିଷୟବସ୍ତୁ ଉପରେ ଚର୍ଚ୍ଚା କରାଯାଇଥିଲା । ପ୍ରକୋଷ୍ଠକୁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଅଧିକରୁ ଅଧିକ ସଦୃଢ କରି ଉପରୋକ୍ତ ସମସ୍ୟା ଗୁଡିକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ପଡିବ । ୨୦୧୪ ମସିହା ପୂର୍ବର ଭାରତ ଏବଂ ଆଜିର ଭାରତ ପାର୍ଥକ୍ୟକୁ ଜନତାଙ୍କୁ ଜଣାଇବାକୁ ହେବ ବୋଲି ଡକ୍ଟର କ୍ରିଷ୍ଣା କହିଛନ୍ତି । ପୂର୍ବତନ ସାଂସଦ ସଞ୍ଜୟ ଭୋଇ, ପ୍ରକୋଷ୍ଠର ଉପାଧ୍ୟକ୍ଷ ହରିବନ୍ଧୁ ପାଢ଼ୀ, ସଂଯୋଜକ ଗୋପାଳ ଖଣ୍ଡେଲୱାଲ୍, ମୁଖ୍ୟ କମିଟିର ସଦସ୍ୟ କୈଳାସ ମିଶ୍ର ଏହି ଆଲୋଚନାରେ ଯୋଗଦେଇ ଅନେକ ବିଷୟ ଉପରେ ନିଜ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ।

Related Articles

Back to top button