ଓଡ଼ିଶା
ନିର୍ମଳାଳୟ ସେବାଶ୍ରମର ବନ୍ଧୁ ମିଳନ

ଦୈନନ୍ଦିନ ବ୍ୟସ୍ତ ବହୁଳ ଜୀବନରେ ଚିହ୍ନା ପରିଚିତ ଲୋକଙ୍କ ସହିତ ସମୟ ବିତାଇବା ପାଇଁ ଇଚ୍ଛା ଥିଲେ ମଧ୍ୟ ଗୋଟିଏ ଜାଗାରେ ଏକତ୍ର ହେବା ସବୁବେଳେ ସମ୍ଭବ ହୋଇନଥାଏ। ଯାହାକୁ ନଜରରେ ରଖି ‘ନିର୍ମଳାଳୟ ସେବାଶ୍ରମ’ ପକ୍ଷରୁ ଏକ ଅନନ୍ୟ ଚିନ୍ତା ମାଧ୍ୟମରେ ଆୟୋଜିତ ହୋଇଯାଇଛି ‘ବନ୍ଧୁ ମିଳନ ଉତ୍ସବ’ ।
ଭୁବନେଶ୍ୱର ଉପକଣ୍ଠ ଗିରିଙ୍ଗାପୁଟ ଠାରେ ଅବସ୍ଥିତ ନିର୍ମଳାଳୟ ସେବାଶ୍ରମ ବର୍ଷର ବିଭିନ୍ନ ସମୟରେ ଓଡ଼ିଆ ପର୍ବପର୍ବାଣୀ ପାଳନ କରୁଥିବାବେଳେ ବନ୍ଧୁ ମିଳନ ଉତ୍ସବ ଏହାର ଅନ୍ୟ ଏକ ପରିଚୟ । ସବୁଜିମା ଘେରା ଗ୍ରାମ୍ୟ ପରିବେଶ ମଧ୍ୟରେ ଇଶ୍ଵର ଭକ୍ତି ସାଙ୍ଗକୁ ଗିରିଙ୍ଗାପୁଟ ଗ୍ରାମର ଛୋଟ ପିଲା ଏବଂ ଅସହାୟ ବ୍ୟକ୍ତିମାନଙ୍କୁ ଭୋଜନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରତିବର୍ଷ ପାଳନ କରିବା ପାଇଁ ଅସହାୟ ବ୍ୟକ୍ତିମାନଙ୍କ ସହ କିଛି କରିବାକୁ ମତ ପ୍ରକାଶ ପାଇଥିଲା




