ଓଡ଼ିଶାପାଣିପାଗ

ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର, ଆଜି ସକାଳୁ ରାଜଧାନୀ ଭୁବନେଶ୍ବରରେ, ବର୍ଷା ଆରମ୍ଭ ହୋଇଯାଇଛି ।ଆଜି ସନ୍ଧ୍ୟାରୁ ପ୍ରାୟ ୫୫ ରୁ ୬୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ ବହିବା ଆରମ୍ଭ ହେବାର ଆଶଙ୍କା ରହିଛି । ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ମୁଖ୍ୟ ଶାସନ ସଚିବ ଅନୁଗର୍ଗ  ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ, ଆସନ୍ତା ସେପ୍ଟେମ୍ବର ୨୩ ଏବଂ ୨୪ ତାରିଖରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର, ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।ପାଣିପାଗ ବିଭାଗର ପୂର୍ବାନୁମାନକୁ ନଜରରେ ରଖି, ଖୋରଧା ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ୩ ଦିନ ପାଇଁ, ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା ଖୋରଧା ପକ୍ଷରୁ, ଜାରି ଆଦେଶ ଅନୁସାରେ, ୨୨ ସେପ୍ଟେମ୍ବରରୁ ୨୪ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ, ଆଦର୍ଶ ବିଦ୍ୟାଳୟ , କେନ୍ଦ୍ରୀୟ ବିଦ୍ୟାଳୟ , ଜବାହାର ନବୋଦୟ ବିଦ୍ୟାଳୟ ଏବଂ ଘରୋଇ ପରିଚାଳିତ ବିଦ୍ୟାଳୟ ବନ୍ଦ ରହିବ ବୋଲି, ନିର୍ଦ୍ଦେଶନାମା ଜାରି କରାଯାଇଛି ।ଯେକୌଣସି ଜରୁରୀ ପରିସ୍ଥିତି ଆବଶ୍ୟକତା ପାଇଁ, ବିଦ୍ୟାଳୟ ଭିତ୍ତିଭୂମି ଓ ଆବଶ୍ୟକ ସୁବିଧା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିସହ ପ୍ରଧାନଶିକ୍ଷକମାନେ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରି ୨୪ ଘଣ୍ଟା ବିଦ୍ୟାଳୟ ଖୋଲିବାର, ବ୍ୟବସ୍ଥା ରଖିବା ସହ ଆବଶ୍ୟକ ସମୟରେ, ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ବୋଲି, ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷାକୁ ନଜରରେ ରଖି ପ୍ରଶାସନର ଏହି ସତର୍କତାମୂଳକ ପଦକ୍ଷେପକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

Related Articles

Back to top button