Uncategorized

କାନାଡ଼ାରେ ତାଲିମ ସମୟରେ ବିମାନ ଦୁର୍ଘଟଣା: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କାନାଡ଼ାରେ ଉଡ଼ାଣ ତାଲିମ ନେବା ସମୟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟି ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। କାନାଡ଼ାରେ ଥିବା ଭାରତୀୟ ଦୂତାବାସ ଏହି ଦୁଃଖଦ ଘଟଣାର ନିଶ୍ଚିତ କରିଛି। ଉଭୟ ଛାତ୍ର ବାଣିଜ୍ୟିକ ପାଇଲଟ୍  ତାଲିମ ପାଇଁ ଉଡ଼ାଣ ଅଭ୍ୟାସ କରୁଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ମୃତକ ଦ୍ୱୟ ହେଲେ ତାମିଲନାଡ଼ୁର ମନୋଜ ଶିବକୁମାର ଏବଂ ପୁଡୁଚେରୀର ଶ୍ରୀଚରଣ ତିରୁଗନାସମ୍ବନ୍ଥମ। ଏହି ଘଟଣାକୁ ନେଇ ଭାନ୍‌କୋଭରସ୍ଥିତ ଭାରତୀୟ କନସୁଲେଟ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ମୃତକଙ୍କ ପରିବାର ସହ ନିରନ୍ତର ଯୋଗାଯୋଗ ରଖାଯାଇଥିବା ନେଇ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।ମୃତଦେହଗୁଡ଼ିକୁ ସମ୍ମାନର ସହ ଭାରତ ଆଣିବା ପାଇଁ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର କନସୁଲାର୍‌ ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ମୃତକଙ୍କ ପରିବାର ଓ ନିଜ ଗାଁରେ ଶୋକର ଛାୟା ଖେଳିଯାଇଛି। ସେପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।

Related Articles

Back to top button