Uncategorized

୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରଥମ ପଦକ: ସୁଟିଂରେ ରୌପ୍ୟ ଜିତିଲେ ଦେଶର ଝିଅ

ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଭାରତ ନିଜର ପ୍ରଥମ ପଦକ ସହ ଶୁଭାରମ୍ଭ କରିଛି। ମହିଳା ୧୦ ମିଟର ଏୟାର ରାଇଫଲ୍ ଟିମ୍ ପ୍ରତିଯୋଗିତାରେ ସୋନମ୍ ମସ୍କର, ଏଲାଭେନିଲ୍ ଭାଲାରିଭାନ୍ ଏବଂ ବିଦରସ୍ ବିନୋଦଙ୍କ ଯୋଡ଼ି ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ ରାଉଣ୍ଡରେ ଭାରତୀୟ ଟିମ୍ ମୋଟ ୧୮୯୮.୦ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିଲା। ଅନ୍ୟପଟେ ଚୀନ୍ ୧୯୦୪.୨ ସ୍କୋର ସହ ସ୍ୱର୍ଣ୍ଣ ପଦକ ଏବଂ ଜାପାନ ୧୮୯୭.୧ ସ୍କୋର କରି କାଂସ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଦକ୍ଷିଣ କୋରିଆ ଶେଷ ପର୍ଯ୍ୟନ୍ତ ପଦକ ଦୌଡ଼ରେ ରହିଥିଲେ ବି ସୁଟର ଚୁ ୟେଓନ୍-ବାଇଓଲ୍‌ଙ୍କ ଶେଷ ସିରିଜରେ ନିରାଶାଜନକ ପ୍ରଦର୍ଶନ ଯୋଗୁଁ ୧୮୯୫.୮ ସ୍କୋର ସହ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲା। ଭାରତ ପକ୍ଷରୁ ସୋନମ୍ ମସ୍କର ଶ୍ରେଷ୍ଠ ପ୍ରଦର୍ଶନ କରି ବ୍ୟକ୍ତିଗତ ଯୋଗ୍ୟତା ରାଉଣ୍ଡରେ ୬୩୪.୧ ସ୍କୋର କରିଥିବା ବେଳେ ଏଲାଭେନିଲ୍ ୬୩୩.୫ ସ୍କୋର କରିଥିଲେ।

Related Articles

Back to top button