ଓଡ଼ିଶା

୨୨କୁ ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି | କେବେ ଓଡିଶା ପାଇବ ନୂଆ ଡିଜିପି ?

କେବେ ହେବ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟା ? କେବେ ଓଡିଶା ପାଇବ ନୂଆ ଡିଜିପି ? ମାସେ ହେବ ଫାଙ୍କା ପଡିଥିବା ପଦ କେବେ ପୂରଣ ହେବ ? ଏହି ପ୍ରଶ୍ନ ଉଠୁଥିବା ବେଳେ ଘୁଞ୍ଚି ଘୁଞ୍ଚି ଯାଉଛି ନୂତନ ଡିଜିପି ନିଯୁକ୍ତି ପ୍ରକ୍ରିୟା । ପରବର୍ତ୍ତୀ ଶୁଣାଣି୨୨ ତାରିଖକୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ। DGP ଚୟନ ପ୍ରକ୍ରିୟାରେ ଏମ୍ପାନେଲମେଣ୍ଟ ଓ ଯୋଗ୍ୟ ତାଲିକାକୁ ନେଇ ଆମିକସ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ରିପୋର୍ଟରେ ଉଠାଯାଇଥିବା ପ୍ରଶ୍ନ ଉପରେ ଆଜି ଆଲୋଚନା ହୋଇଛି।

ବିଶେଷକରି ବରିଷ୍ଠ IPS ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ଯୋଗ୍ୟ ତାଲିକାରୁ ବାଦ ଦିଆଯିବା, ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ସମ୍ପର୍କିତ ପ୍ରଶ୍ନ ଏବଂ ଦୁଇଜଣ ଅତିରିକ୍ତ ଡିଜିପିଙ୍କ ପଦୋନ୍ନତି ପରେ ସେମାନଙ୍କୁ DGP ଚୟନ ପ୍ରକ୍ରିୟାରେ ଆଣିବା ପ୍ରସଙ୍ଗ ଉପରେ କୋର୍ଟ ଶୁଣାଣି କରିଥିଲେ।୨୦୦୬ରେ ଆସିଥିବା ପ୍ରକାଶ ସିଂହ ଜଜମେଣ୍ଟ ଅନୁଯାୟୀ DGP ଚୟନ ପ୍ରକ୍ରିୟାରେ ସର୍ବୋଚ୍ଚ ବରିଷ୍ଠ ଅଧିକାରୀଙ୍କୁ ନେଇ UPSC ପ୍ୟାନେଲ୍ ପ୍ରସ୍ତୁତ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା। ତେବେ ଡିଜିପି ନିଯୁକ୍ତି ତାଲି ତାଲିକା ପ୍ରସ୍ତୁତିରେ ନିୟମର ଉଲ୍ଲଂଘନ ହୋଇଥିବା ନେଇ ଆବେଦନ କରାଯାଇଛି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟରେ ନୂତନ ଡିଜିପି ନିଯୁକ୍ତି ହେବେ। ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। DGP ଚୟନ ପାଇଁ UPSCକୁ ଓଡ଼ିଶା ସରକାର ପଠାଇଥିବା IPS ଅଧିକାରୀଙ୍କ ତାଲିକାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର UPSCକୁ ୩ ଜଣ DG-rank ଅଧିକାରୀଙ୍କ ନାଁ ପଠାଇଥିଲେ।ପରବର୍ତ୍ତୀ ସମୟରେ ତାଲିକାରେ ଅଧିକ ଅଧିକାରୀଙ୍କୁ ସାମିଲ କରାଯିବାକୁ ନେଇ ଆପତ୍ତି ଉଠିଛି।..ପୁଣି ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲା। ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ ହୋଇଛି । ପରବର୍ତ୍ତୀ ଶୁଣାଣି ୨୨ ତାରିଖକୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ। DGP ଚୟନ ପାଇଁ UPSCକୁ ଓଡ଼ିଶା ସରକାର ପଠାଇଥିବା IPS ଅଧିକାରୀଙ୍କ ତାଲିକାକୁ ନେଇ ପ୍ରଶ୍ନ ଉଠିଛି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର UPSCକୁ ୩ ଜଣ DG-rank ଅଧିକାରୀଙ୍କ ନାଁ ପଠାଇଥିଲେ। ପରବର୍ତ୍ତୀ ସମୟରେ ତାଲିକାରେ ଅଧିକ ଅଧିକାରୀଙ୍କୁ ସାମିଲ କରାଯିବାକୁ ନେଇ ଆପତ୍ତି ଉଠିଛି।…

Related Articles

Back to top button