ସାବଧାନ ! ଅକ୍ଟୋବରରେ ମାଡି ଆସୁଛି ୩ଟି ବାତ୍ୟା !
ଆସୁଛି ଭୟଙ୍କର ବାତ୍ୟା | ଏକା ସାଙ୍ଗରେ ମାଡି ଆସୁଛି ତିନି ତିନୋଟି ବାତ୍ୟା | ଉଡାଇବ-ବୁଡ଼ାଇବ ଛୀନଛତ୍ର କରିବ ଘୁର୍ଣ୍ଣିଝଡ଼ | ହଁ ଆଂଜ୍ଞା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିପାରେ ୩ଟି ବାତ୍ୟା! ଭାରତ ମହାସାଗରରେ ଏହି ୩ଟି ଟ୍ରପିକାଲ ସାଇକ୍ଲୋନ୍ ଆସିପାରେ ବୋଲି ପୂର୍ବାନୁମାନ କରିଛି ISRO | ପ୍ରାୟ ୪୦ ବର୍ଷର ସମୁଦ୍ର ଓ ବାୟୁମଣ୍ଡଳୀୟ ତଥ୍ୟକୁ ବିଶ୍ଳେଷଣ କରି ଏହି ଆକଳନ କରାଯାଇଛି। ଏଥିରୁ ଗତ କିଛି ଦଶନ୍ଧି ତୁଳନାରେ ଅଧିକ ଝଡ଼ ଶକ୍ତିର ସମ୍ଭାବନା ଥିବା ସଙ୍କେତ ମିଳୁଛି।
ହେଲେ ଏହି ୩ ଟି ବାତ୍ୟା କେଉଁ ତାରିଖରେ ଆସିବ , କେଉଁଠି ଲ୍ୟାଣ୍ଡଫଲ୍ କରିବ, ସେନେଇ ପୂର୍ବାନୁମାନ କରାଯାଇନାହିଁ।ବଙ୍ଗୋପସାଗର ଓ ଆରବ ସାଗର ଉଭୟ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଭାରତର ପୂର୍ବ ଓ ପଶ୍ଚିମ ଉପକୂଳକୁ ପ୍ରଭାବିତ କରିପାରେ। କୌଣସି ନିର୍ଦ୍ଦିଷ୍ଟ ଲଘୁଚାପ କିମ୍ବା ବାତ୍ୟା ସୃଷ୍ଟି ହେଲେ ଏହାର ଗତିପଥ, ତୀବ୍ରତା ଓ ଲ୍ୟାଣ୍ଡଫଲ୍ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (IMD) ଜାରି କରୁଥିବା ଅପଡେଟ୍କୁ ଅନୁସରଣ କରିବା ଜରୁରୀ ବୋଲି ମଧ୍ୟ ଇସ୍ରୋ କହିଛି।
ତେବେ ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ସେପ୍ଟେମ୍ବର୍ ମାସରେ ମୌସୁମୀ ଫେରିଯିବା ପରେ ବାତ୍ୟା ପାଇଁ ପାଗ ଅନୁକୂଳ ହୁଏ। ଅକ୍ଟୋବର ମାସରୁ ବାତ୍ୟା ଋତୁ ଆରମ୍ଭ ହୁଏ। ଯାହା ଉଭୟ ବଙ୍ଗୋପସାଗର ଓ ଆରବ ସାଗରରେ ଦେଖିବାକୁ ମିଳେ। କିନ୍ତୁ ଏବେ ଠାରୁ ଆଗକୁ ପାଣିପାଗରେ କଣ ପରିବର୍ତ୍ତନ ହେବ ତାହା କହିବା ସମ୍ଭବ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।




