ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ନୂଆଖାଇ ପାଳୁଛି ପଶ୍ଚିମଓଡିଶା | ଘରେ ଘରେ ଜମିଛି ଭିଡ଼ |

ଦୁଲୁକୁଛି ପଶ୍ଚିମଓଡିଶା | ନୂଆ ଧାନ, ନୂଆ ଆଶା ଓ ନୂଆ ଉତ୍ସାହକୁ ନେଇ ଆଜି ପଶ୍ଚିମ ଓଡ଼ିଶା ପାଳୁଛି ନୂଆଁଖାଇ । ନୂଆ ଧାନରୁ ପ୍ରସ୍ତୁତ ନବାନ୍ନକୁ ମାଆ ସମଲେଶ୍ୱରୀ ଓ ଇଷ୍ଟଦେବୀ-ଦେବତାଙ୍କ ନିକଟରେ ସମର୍ପଣ କରିବା ପରେ ପରିବାର ସଦସ୍ୟମାନେ ଏହାକୁ ଗ୍ରହଣ କରିବେ । ନୂଆଁଖାଇ ଅବସରରେ ଘରେ ଘରେ ପ୍ରସ୍ତୁତ ହେବ ପାରମ୍ପାରିକ ପିଠାପଣା ଓ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ । ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର କୃଷି, ପରମ୍ପରା, ଭାଇଚାରା ଓ ସାମାଜିକ ଏକତାର ପ୍ରତୀକ ।
ନୂଆ ଫସଲ ଅମଳ ପରେ ଚାଷୀଙ୍କ ଜୀବନରେ ଆସୁଥିବା ଏହି ଆନନ୍ଦର ପର୍ବରେ ଲୋକେ ପରସ୍ପରକୁ ନୂଆଖାଇ ଜୁହାର ଜଣାଇ ଶୁଭେଚ୍ଛା ଜଣାଇବେ । ଲଗ୍ନ ଅନୁସାରେ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ସମେତ ବିଭିନ୍ନ ଦେବଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନବାନ୍ନ ଅର୍ପଣ କରାଯିବ । ନୂଆଁଖାଇ ଭେଟଘାଟ ସହ ପିଠାପଣାର ଏହି ମହକ ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ନୂଆ ଆନନ୍ଦ ଓ ଉତ୍ସାହ ଭରିଦେଇଛି ।




