ଅନ୍ତର୍ଜାତୀୟଦୁର୍ଘଟଣା

ମଝି ସମୁଦ୍ରରେ ହଜି ଗଲା ‘ଭର୍ଗୋ ଟ୍ରାନ୍ସପୋର୍ଟ ୮’ ଜାହାଜ

ଭୁବନେଶ୍ୱର ,ମଝି ସମୁଦ୍ରରେ ହଜି ଗଲା ‘ଭର୍ଗୋ ଟ୍ରାନ୍ସପୋର୍ଟ ୮’ ଜାହାଜ। ସୂଚନା ମିଳିବା ପରେ ତତ୍ପର ହୋଇଛି, ଇଣ୍ଡୋନେସିଆ ସରକାର। ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍‌। ହେଲେ ଏପର୍ଯ୍ୟନ୍ତ ଯାତ୍ରୀଙ୍କୁ ଯାଉଥିବା,ଜାହାଜର ପତ୍ତା ମିଳିନି। ଜାହାଜଟି ଇଣ୍ଡୋନେସିଆର ଦ୍ୱିତୀୟ ବୃହତ୍ତମ ସହର ସୁରବାୟାରୁ, ବଞ୍ଜାରମାସିନ୍ ଯାଉଥିଲା। ଯେଉଁଥିରେ ୨୪୦ରୁ, ଅଧିକ ଯାତ୍ରୀ ଥିଲେ। ଅପରେଟରଙ୍କ କହିବା ଅନୁସାରେ, ସମୁଦ୍ରରେ ହଠାତ ପାଗ ଖରାପ ହେବା ପରେ, ଜାହାଜ ସହ ସମ୍ପର୍କ ଛିନ୍ନ ହୋଇଥିଲା। ତଲାସୀ ଅଭିଯାନକୁ ନଜରରେ ରଖିବା ପାଇଁ ତ୍ରିଶକ୍ତିରେ, ଏକ ଅପରେସନ୍ ପୋଷ୍ଟ ମଧ୍ୟ ସ୍ଥାପନ କରାଯାଇଛି। ଜାହାଜର ଶେଷ ଲୋକେସନ ବଞ୍ଜାରମାସିନ୍ କୂଳଠାରୁ, ପ୍ରାୟ ୧୪୮ କିଲୋମିଟର ଦୂରରେ ଜାଭା ସାଗରରେ, ରେକର୍ଡ ହୋଇଥିଲା। ଏପର୍ଯ୍ୟନ୍ତ କୌଣସି ମୃତାହତ ସୂଚନା ମିଳିନଥିବା, ଅଧିକାରୀମାନେ କହିଛନ୍ତି। ଅପରେଟରଙ୍କ କହିବା ଅନୁସାରେ, ସମୁଦ୍ରରେ ହଠାତ ପାଗ ଖରାପ ହେବା ପରେ, ଜାହାଜ ସହ ସମ୍ପର୍କ ଛିନ୍ନ ହୋଇଥିଲା।

Related Articles

Back to top button