Uncategorized

ଓରାଙ୍ଗଉଟାନ୍ ଉଦ୍ଧାର ଘଟଣା: ଦୀଘା ହୋଟେଲ ମ୍ୟାନେଜରଙ୍କୁ ଉଠାଇନେଲା STF

ଭୁବନେଶ୍ବର: ବାଲେଶ୍ୱର ଭୋଗରାଇରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ତଦନ୍ତ ପ୍ରକ୍ରିୟା ଅଧିକ ଜୋରଦାର ହୋଇଛି। ଘଟଣାର ଗୁମର ଖୋଲିବା ପାଇଁ ଓଡ଼ିଶା ପୁଲିସର ବିଶେଷ କାର୍ଯ୍ୟବାହୀ ଦଳ (ଏସଟିଏଫ) ପଶ୍ଚିମବଙ୍ଗରେ ଛାନଭିନ୍ ଚଳାଇଛି। ଦୀଘାର ଏକ ଘରୋଇ ହୋଟେଲରୁ ଗତକାଲି ୩ ଜଣଙ୍କୁ ଉଠାଇ ନିଆଯାଇଥିବା ବେଳେ ଆଜି ପୁଣି ହୋଟେଲ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସୂଚନା ଅନୁସାରେ, ଏହି ବିରଳ ଓରାଙ୍ଗଉଟାନ୍‌ଟି କେଉଁଠାରୁ ଏବଂ କିପରି ଭୋଗରାଇ ଅଞ୍ଚଳକୁ ଆସିଲା, ତାହାର ଖୋଳତାଡ଼ ଚାଲିଛି। ଏହି ବନ୍ୟଜନ୍ତୁ ଚୋରାଚାଲାଣ ଘଟଣାରେ ଦୀଘାର ଉକ୍ତ ହୋଟେଲର ସମ୍ପୃକ୍ତି ନେଇ ତଦନ୍ତକାରୀ ଟିମ୍‌ର ସନ୍ଦେହ ବୃଦ୍ଧି ପାଇଛି। ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କର ଏଥିରେ ସିଧାସଳଖ ହାତ ଥିବା ସନ୍ଦେହ କରାଯାଉଛି। ଉଭୟଙ୍କ ଘର ପଶ୍ଚିମବଙ୍ଗର ହାଓଡ଼ା ଅଞ୍ଚଳରେ ହୋଇଥିବା ବେଳେ ତଦନ୍ତ ଆରମ୍ଭ ହେବା ପରଠାରୁ ଦୁହେଁ ଫେରାର ଅଛନ୍ତି।

Related Articles

Back to top button