
ଭୁବନେଶ୍ୱର ,ବିରାଟ କୋହଲି ସେପ୍ଟେମ୍ବରର ଶେଷ ସପ୍ତାହରେ, ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ରେ ଭାରତୀୟ ଦିନିକିଆ ଦଳର ଜର୍ସିରେ, ପୁଣି ନଜର ଆସିବେ। ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍ ଅଧ୍ୟକ୍ଷ, ରୋହନ ଜେଟଲୀ, ଏନେଇ ବଡ଼ ସଙ୍କେତ ଦେଇଛନ୍ତି।ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ, DDCA ଅଧ୍ୟକ୍ଷ ରୋହନ ଜେଟଲୀ କହିଛନ୍ତି ଯେ, ବିରାଟ ଉପଲବ୍ଧ ରହିଲେ, ଦିଲ୍ଲୀ ପାଇଁ ନିଶ୍ଚିତ ଭାବେ ଖେଳିବେ।ଟି-୨୦ ଅନ୍ତର୍ଜାତୀୟ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ବିରାଟ କୋହଲିଙ୍କ, ମ୍ୟାଚ୍ ସଂଖ୍ୟା ହ୍ରାସ ପାଇଛି। ତାଙ୍କର ମୁଖ୍ୟ ଲକ୍ଷ୍ୟ ଏବେ ୨୦୨୭ ଦିନିକିଆ ବିଶ୍ୱକପ୍ ବୋଲି, ଧରାଯାଉଛି।ଏହି କାରଣରୁ ନିୟମିତ ମ୍ୟାଚ୍ ଅଭ୍ୟାସ ଏବଂ ଫିଟନେସ୍ ବଜାୟ ରଖିବା ପାଇଁ ବିଜୟ, ହଜାରେ ଟ୍ରଫି ତାଙ୍କ ପାଇଁ ଉପଯୋଗୀ ହୋଇପାରେ। ଯଦି ସେ ଟୁର୍ଣ୍ଣାମେଣ୍ଟରେ ଖେଳନ୍ତି, ତେବେ ୨୦୨୭ ବିଶ୍ୱକପ୍ ପାଇଁ ତାଙ୍କ ପ୍ରସ୍ତୁତି ଆହୁରି ମଜବୁତ ହୋଇପାରେ।




