Uncategorized

କୁଆଖାଇ ନଦୀରୁ ୨ ଦିନ ପରେ ମିଳିଲା ସଞ୍ଜୟଙ୍କ ଶବ

ଭୁବନେଶ୍ୱର: କୁଆଖାଇ ନଦୀକୁ ଡେଇଁ ନିଖୋଜ ଥିବା ଅଟୋ ଚାଳକ ସଞ୍ଜୟ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଓଡ଼୍ରାଫ୍‌ ଏବଂ ଅଗ୍ନିଶମ ବାହିନୀର ମିଳିତ ଖୋଜାଖୋଜି ଅଭିଯାନ ସମୟରେ ବାଙ୍କୁଆଳ ନିକଟସ୍ଥ କୁଆଖାଇ ନଦୀରୁ ତାଙ୍କ ଶବ ମିଳିଛି। ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ତାଙ୍କ ପୁତୁରା ଯେଉଁ ସ୍ଥାନରେ ଜୀବନ ହାରିଥିଲେ, ଠିକ୍‌ ସେହି ସ୍ଥାନରୁ ହିଁ ଦାଦା ସଞ୍ଜୟଙ୍କ ମୃତଦେହ ମିଳିବା ପୁଲିସ ଓ ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ମୃତ ଅଟୋ ଚାଳକ ଜଣକ ପୁରୁଣା ଭୁବନେଶ୍ୱର ହରଚଣ୍ଡୀ ସାହିର ସଞ୍ଜୟ ସ୍ୱାଇଁ ବୋଲି ଚିହ୍ନଟ ହୋଇଛନ୍ତି। ଗତ ସୋମବାର ରାତିରେ ସେ ଟଙ୍କପାଣି ପୋଲ ଉପରେ ନିଜ ଅଟୋ, ମୋବାଇଲ୍‌ ଫୋନ୍‌ ଏବଂ ଚପଲ ରଖି କୁଆଖାଇ ନଦୀକୁ ଡେଇଁପଡ଼ିଥିଲେ। ଘଟଣାସ୍ଥଳରେ ବାଲିଅନ୍ତା ପୁଲିସ ପହଞ୍ଚି ଅଟୋଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଗାଡ଼ିଟି ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଥିଲା।

Related Articles

Back to top button