Uncategorized

ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ମିଳିଲା ଜାମିନ୍

ଭୁବନେଶ୍ବର: ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ ମଞ୍ଜୁର ହୋଇଛି। ଗତ ଜୁନ୍ ମାସରେ କାଠଯୋଡ଼ୀ ନଦୀରୁ ଚନ୍ଦ୍ରିକାଙ୍କ ମୃତଦେହ ମିଳିଥିଲା। ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଅଭିଯୁକ୍ତ ଭୀମସେନଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ପୁଲିସ ତଦନ୍ତ କରିଥିଲା। ଜେରା ସମୟରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିଲେ। ମୃତ୍ୟୁ ପୂର୍ବରୁ ଭୁବନେଶ୍ୱରରେ ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ଶେଷ ଦେଖାସାକ୍ଷାତ ହୋଇଥିବା ଜଣାପଡ଼ିଥିଲା। ଏହାସହ ଭୀମସେନ ବିବାହ ପାଇଁ ସିଧାସଳଖ ମନା କରିଦେଇଥିବା ଅଭିଯୋଗ ମଧ୍ୟ ତଦନ୍ତ ବେଳେ ସ୍ପଷ୍ଟ ହୋଇଥିଲା। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭୀମସେନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଭବିଷ୍ୟତରେ ମଧ୍ୟ ସେ ଆଉ କୌଣସି ପ୍ରକାର ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button