ଅନ୍ୟାନ୍ୟପାଣିପାଗ

ସୁବର୍ଣ୍ଣରେଖା ବନ୍ୟା, ପାଣି ଘେରରେ ଅନେକ ଗାଁ

ଭୁବନେଶ୍ୱର ,ସୁବର୍ଣ୍ଣରେଖାରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଆସିବା ଯୋଗୁଁ, ନଦୀ ତଟବର୍ତ୍ତୀ ଅଞ୍ଚଳରେ ଆତଙ୍କ ବଢ଼ିଛି। ବନ୍ୟା ପାଣିରେ ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ ହୋଇପଡ଼ିଛି। କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ, ଅନେକ ସ୍ଥାନରେ ରାସ୍ତା ଉପରେ ପ୍ରାୟ ୫ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି।  ଆଉ ଚିନ୍ତାରେ ପଡ଼ିଛନ୍ତି, ପାଣି ଘେରରେ ଜୀବନ,ନଦୀକୂଳିଆ ଲୋକ ।ବିପଦ ସଙ୍କେତ ଉପରେ, ସୁବର୍ଣ୍ଣରେଖା । ଉପରମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରୁ ୧୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବା ପରେ ଦ୍ରୁତଗତିରେ, ବଢ଼ିଛି ନଦୀର ଜଳସ୍ତର। ରାଜଘାଟରେ ସତର୍କ ସଙ୍କେତ ୯.୪୫ ମିଟର ଏବଂ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ, ସକାଳ ୬ଟା ସୁଦ୍ଧା ଜଳସ୍ତର ୧୧.୫୨ ମିଟରରେ ପହଞ୍ଚିଛି। ପୂର୍ବରୁ ଆସିଥିବା ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ି ନଥିବା ବେଳେ, ପୁଣି ଥରେ ବନ୍ୟା ଆସିବାରୁ ଲୋକଙ୍କ, ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଛି।

Related Articles

Back to top button