Uncategorized
ତାମିଲନାଡୁ ସରକାରଙ୍କ ବଡ଼ ନିଷ୍ପତ୍ତି: ଆନ୍ଦୋଳନରତ ଚାଷୀ ଓ ଶିକ୍ଷକଙ୍କ ବିରୋଧରୁ ହଟିବ ମାମଲା


ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ସାମିଲ ହୋଇଥିବା ରାଜ୍ୟର ଚାଷୀ ଓ ଶିକ୍ଷକଙ୍କ ବିରୋଧରେ ଦାୟର ହୋଇଥିବା ମାମଲାଗୁଡ଼ିକୁ ସରକାର ପ୍ରତ୍ୟାହାର କରିନେବେ। ମେ ୨୦୨୧ ରୁ ଏପ୍ରିଲ ୨୦୨୬ ମଧ୍ୟରେ ନିଜର ଜୀବିକା, ଅଧିକାର ଓ ନ୍ୟାର୍ଯ୍ୟ ଦାବି ପାଇଁ ପ୍ରଦର୍ଶନ କରିଥିବା ବ୍ୟକ୍ତିମାନେ ଏହି ନିଷ୍ପତ୍ତି ଦ୍ୱାରା ବଡ଼ ଆଶ୍ୱସ୍ତି ପାଇବେ। ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବିକତା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ’ଆମ ସରକାର ସଦାସର୍ବଦା ଚାଷୀ ଓ ଶିକ୍ଷକଙ୍କ ସହ ରହିଛି।’ ତିରୁଭନ୍ନାମଲାଇ ଜିଲ୍ଲାର SIPCOT ଶିଳ୍ପ ପାର୍କକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀଙ୍କ ଉପରୁ ମାମଲା ହଟିବ।




