Uncategorized

ଭିଜିଲାନ୍ସ ଜାଲରେ ପୂର୍ବତନ ଏସ୍‌ଆର୍‌ଏ – Bastabbadi

ଭୁବନେଶ୍ବର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ର ଅବସରପ୍ରାପ୍ତ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ  ଭଞ୍ଜକିଶୋର ବେହେରାଙ୍କ ପାଟେଣିଗାଁସ୍ଥିତ ବାସଭବନରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଛି। ତିର୍ତ୍ତୋଲ ବ୍ଲକ୍‌ର ତତ୍କାଳୀନ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭଞ୍ଜକିଶୋର ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ମଲ୍ଲିକ ୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା। ସେମାନଙ୍କ ନାମରେ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ଭଞ୍ଜକିଶୋର ବେହେରାଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

Related Articles

Back to top button