ଜାତୀୟଶିକ୍ଷା

JPSC-JSSC ପରୀକ୍ଷାକୁ ବାତିଲ୍ କରିଛନ୍ତି ଝାଡଖଣ୍ଡ ସରକାର ।

ଭୁବନେଶ୍ୱର ,TDPL ଦ୍ୱାରା ପରିଚାଳିତ ସମସ୍ତ JPSC-JSSC ପରୀକ୍ଷାକୁ ବାତିଲ୍ କରିଛନ୍ତି ଝାଡଖଣ୍ଡ ସରକାର । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ, ଗତକାଲି ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ଝାଡଖଣ୍ଡ ସରକାର IAS ଅଧିକାରୀ ଅମିତାଭ କୌଶଳଙ୍କ ନେତୃତ୍ୱରେ, JPSC  ରେ ସଂସ୍କାର ଆଣିବା ପାଇଁ ଏକ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, SOP ପୂର୍ବରୁ ଅଛି, ଏବଂ ଯଦି ସେଗୁଡିକୁ ପାଳନ କରାଯାଇଥାନ୍ତା, ତେବେ ଏହି ପରିସ୍ଥିତି, ଉପୁଜି ନଥାନ୍ତା । ସରକାର ୨୦୧୪ ମସିହାରୁ ହୋଇଥିବା ସମସ୍ତ ପରୀକ୍ଷାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏ ସମ୍ପର୍କରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।ଛାତ୍ରମାନଙ୍କ ଦାବିଗୁଡ଼ିକୁ ସରକାରଙ୍କ ଦ୍ୱାରା ଗଠିତ ମନ୍ତ୍ରୀମାନଙ୍କ ଏକ କମିଟି ସମ୍ପ୍ରତି ଅନେକ ପର୍ଯ୍ୟାୟ ଆଲୋଚନା କରିଛି । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା CGL ପରୀକ୍ଷା ଏବଂ ଅନ୍ୟାନ୍ୟ ପରୀକ୍ଷାର ତଦନ୍ତ କରିବା ପାଇଁ, ଏକ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ କୌଣସି ସହମତି ହୋଇପାରି ନଥିଲା । ଶେଷରେ ଏକ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା, ଏବଂ CGL ପରୀକ୍ଷାକୁ ମଧ୍ୟ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Related Articles

Back to top button