ଅନ୍ୟାନ୍ୟବିଜ୍ଞାନ ଓ ପ୍ରଯୁକ୍ତି

ବାରିପଦା–ବାଙ୍ଗିରିପୋଷି ରୁଟ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି।

ଭୁବନେଶ୍ୱର,ଲଗାଣ ମୌସୁମୀ ବର୍ଷା ଯୋଗୁଁ ଓଡ଼ିଶାର ପରିବହନ ଭିତ୍ତିଭୂମି ଉପରେ, ପଡ଼ୁଥିବା ପ୍ରଭାବକୁ ଏହି ଘଟଣା ପୁଣିଥରେ ସାମ୍ନାକୁ ଆଣିଛି। ଟ୍ରେନ୍ ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳ ସମ୍ପର୍କିତ ନୂଆ ସୂଚନା, ଉପରେ ନଜର ରଖିବାକୁ ରେଳ ବିଭାଗ ପକ୍ଷରୁ, କୁହାଯାଇଛି।ଲଗାଣ ବର୍ଷା ଯୋଗୁଁ ବାରିପଦା–ବାଙ୍ଗିରିପୋଷି ରେଳପଥରେ ପ୍ରାୟ ୫୦ ମିଟର ରେଳ ଟ୍ରାକ୍ ଦବିଯାଇଛି। ରବିବାର ବିଳମ୍ବିତ ରାତିରେ ଷ୍ଟେସନ ବଜାର ଅଞ୍ଚଳର ସୁନାଗାଡ଼ିଆ ନିକଟରେ ଏହି ଘଟଣା ଘଟିବା ପରେ ବାରିପଦା–ବାଙ୍ଗିରିପୋଷି ରୁଟ୍‌ରେ ଟ୍ରେନ୍ ଚଳାଚଳ, ବନ୍ଦ କରାଯାଇଛି। ଦିନରେ ପୁରୀ -ବାଙ୍ଗିରିପୋଷି ସୁପରଫାଷ୍ଟ ଏକ୍ସପ୍ରେସ୍‌, ଏହି ରେଳପଥ ଦେଇ ସୁରକ୍ଷିତ, ଭାବେ ଯାଇଥିଲା। ଏହାର କିଛି ସମୟ ପରେ, ଏକ DMU ଟ୍ରେନ୍‌ ଚଳାଚଳ ସମୟରେ ରେଳ ଟ୍ରାକ୍‌ ଦବି ଯାଇଥିବା, ଜଣାପଡ଼ିଥିଲା।ରବିବାର ମଧ୍ୟରାତ୍ରିରୁ ଟ୍ରାକ୍‌ ମରାମତି ଓ ପୁନରୁଦ୍ଧାର କାମ, ଆରମ୍ଭ ହୋଇଛି। ରେଳ କର୍ମଚାରୀ ମାନେ ଲଗାତାର ଭାବେ କ୍ଷତିଗ୍ରସ୍ତ ଟ୍ରାକ୍‌, ମରାମତି କରୁଛନ୍ତି। ଟ୍ରାକ୍‌ ସମ୍ପୂର୍ଣ୍ଣ ମରାମତି ହେବା ପରେ, ଏହାକୁ ଟ୍ରେନ୍ ଚଳାଚଳ ପାଇଁ ସୁରକ୍ଷିତ ବୋଲି ଘୋଷଣା କରାଯିବ। ଏହାପରେ ହିଁ ଏହି ରୁଟ୍‌ରେ ଟ୍ରେନ୍ ସେବା ପୁଣି ଆରମ୍ଭ ହେବ।

Related Articles

Back to top button