ଅନ୍ତର୍ଜାତୀୟଅନ୍ୟାନ୍ୟ
ଭାରତୀୟ ନୌସେନାରେ ୩ଟି ନୂଆ ଜାହାଜ ସାମିଲ

ଭୁବନେଶ୍ୱର ,ଭାରତରେ ନିର୍ମିତ ଏହି ୩ଟି ନୂଆ ଜାହାଜର ଜଳାବତରଣ, ୨୧ ତାରିଖରେ କଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ, ହେବ। ଏହି ଜାହାଜରେ ବ୍ରହ୍ମୋସ କ୍ରୁସ୍ କ୍ଷେପଣାସ୍ତ୍ର ସହ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ,ରହିଛି। ଆଇଏନ୍ଏସ ସଂଶୋଧକ, ସମୁଦ୍ର ଗର୍ଭରେ ସର୍ଭେ କରିବାକୁ, ଉଦ୍ଦିଷ୍ଟ ଯାହାକି ପରବର୍ତ୍ତୀ ସମୟରେ, ସେନାର କାର୍ଯ୍ୟରେ, ଲାଗି ପାରିବ। ଆଇଏନଏସ୍ ଆଗ୍ରେ ସମୁଦ୍ର ଗର୍ଭରେ ଥିବା, ବୁଡ଼ା ଜାହାଜକୁ ଖୋଜି, ତାହାକୁ ନଷ୍ଟ କରିବାରେ ସିଦ୍ଧହସ୍ତ ବୋଲି, ଜଣାପଡ଼ିଛି।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ। ଏହି ୩ଟି ଜାହାଜର ନାମ ଆଇଏନଏସ୍ ଦୁନାଗିରି, ଆଇଏନଏସ୍ ସଂଶୋଧକ ଓ ଆଇଏନ୍ଏସ ଆଗ୍ରେ ବୋଲି, ଜଣାପଡ଼ିଛି। ଜାହାଜ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ,କଲକାତାର ଗାର୍ଡେନ ରିଚ୍ ସିପ୍ ବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସ ସଂସ୍ଥା ତରଫରୁ, ଏହି ୩ଟି ଜାହାଜ, ନିର୍ମାଣ କରାଯାଇଛି। ଆଇଏନ୍ଏସ ଦୁନାଗିରି ପ୍ରୋଜେକ୍ଟ, ୧୭ଏ ସିରିଜ୍ର ୫ମ ଜାହାଜ।


