ୟୁକ୍ରେନ୍ ଓ ରୁଷ ପରସ୍ପର ଉପରେ ବଢ଼ାଇଲେ ଆକ୍ରମଣ

ଭୁବନେଶ୍ୱର,ଗତ କିଛି ସପ୍ତାହ ଧରି ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ ଜୋରଦାର କରିଛି। ଗତ ସପ୍ତାହରେ ରୁଷ ରୋମାନିଆ ସୀମା ନିକଟରେ ଡାନ୍ୟୁବ୍ ନଦୀ କୂଳରେ ଥିବା, ୟୁକ୍ରେନ୍ର ସବୁଠାରୁ ବଡ଼ ଶସ୍ୟ ରପ୍ତାନି ବନ୍ଦର ଉପରେ, ଆକ୍ରମଣ କରିଥିଲା।ଏହାର ଜବାବରେ ୟୁକ୍ରେନ୍ ମଧ୍ୟ, ରୁଷର ତେଲ ରିଫାଇନାରୀ ସମେତ ବିଭିନ୍ନ, ସାମରିକ ଓ ରଣନୈତିକ ସ୍ଥାନ ଉପରେ, ଆକ୍ରମଣ ବଢ଼ାଇଛି।ଆଜି ୟୁକ୍ରେନ ରୁଷ ଉପରୋ ସବୁଠାରୁ ବଡ଼, ବାୟୁ ଆକ୍ରମଣ କରିଛି। ଏହି ଆକ୍ରମଣରେ ଶହ ଶହ ଡ୍ରୋନ୍ ବ୍ୟବହାର, କରାଯାଇଛି।ସୋସିଆଲ ମିଡିଆରେ ଆସିଥିବା ଫଟୋ ଓ ଭିଡିଓ ଅନୁସାରେ, ପୋଡୋଲସ୍କରେ ଥିବା ୱାଇଲ୍ଡବେରିଜ୍ର ଏକ ଗୋଦାମକୁ, ୟୁକ୍ରେନ୍ ଟାର୍ଗେଟ୍ କରିଥିଲା। ଆକ୍ରମଣ ପରେ ଆକାଶରେ କଳା ଧୂଆଁର ବଡ଼ ବଡ଼ ଗୁଚ୍ଛ ଦେଖିବାକୁ ମିଳିଥିଲା।ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ରାତିସାରା ୮୨୨ଟି ୟୁକ୍ରେନୀୟ ଡ୍ରୋନ୍କୁ ଧ୍ୱଂସ କରାଯାଇଛି। ଅନ୍ୟପଟେ, ରୁଷ ମଧ୍ୟ ୧୫ରୁ ୧୬ ଅଗଷ୍ଟ ରାତିରେ ୟୁକ୍ରେନ୍ ଉପରେ, ଅନେକ ବାୟୁ ଆକ୍ରମଣ କରିଛି। ଏଥିରେ ଏକ ଷ୍ଟିଲ୍ ପ୍ଲାଣ୍ଟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ୍ ମଧ୍ୟ ରୁଷର ତେଲ ରିଫାଇନାରୀ, ସମେତ ବିଭିନ୍ନ ସାମରିକ ଓ ରଣନୈତିକ ସ୍ଥାନ ଉପରେ ଆକ୍ରମଣ ବଢ଼ାଇଛି। ଏହା ସହ କଳା ସାଗରରେ ଉଭୟ ପକ୍ଷ ବାଣିଜ୍ୟିକ ଜାହାଜକୁ ମଧ୍ୟ ଟାର୍ଗେଟ୍ କରିଥିବା ଖବର ମିଳିଛି।




