ଓଡ଼ିଶାପାଣିପାଗ

ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି

ଭୁବନେଶ୍ୱର ,ଆଜି ସକାଳ ସାଢେ ୫ଟା ସୁଦ୍ଧା ଏହା  ପଶ୍ଚିମବଙ୍ଗ ଉପକୂଳ ଓ ଏହା ସଂଲଗ୍ନ ବାଂଲାଦେଶ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ, କେନ୍ଦ୍ରୀଭୂତ ହୋଇ ରହିଛି।

ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ, ଉତ୍ତର-ପଶ୍ଚିମ ଦିଗରେ, ଝାଡ଼ଖଣ୍ଡ ଆଡକୁ ଗତି କରିବାର, ସମ୍ଭାବନା ରହିଛି। ଆଉ ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଡିପ୍ରେସନ ବା ଅବପାତରେ ପରିଣତ ହୋଇପାରେ।

ସେପଟେ ଲଘୁଚାପ କ୍ଷେତ୍ର ପ୍ରଭାରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।

ଆସନ୍ତା ୧୪ରେ କିଛି ସ୍ଥାନରେ ପ୍ରବଳରୁ, ଅତି ପ୍ରବଳ ବର୍ଷା ହୋଇପାରେ। ୧୫ ଓ ୧୬ ତାରିଖରେ ମଧ୍ୟ ଭାରୀ ବର୍ଷା ଜାରି ରହବି।

କିଛି କିଛି ସ୍ଥାନରେ, ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ, ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

Related Articles

Back to top button