Breaking Newsନିର୍ବାଚନ

ଆସନ୍ତାକାଲି ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ | ଲକ୍ଷ୍ୟ, ଯୋଜନା ଓ ପ୍ରତିଶ୍ରୁତି କହିବେ ପ୍ରାର୍ଥୀ

ଦୀର୍ଘ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସ୍‌କୁ ଫେରିଛି ଛାତ୍ର ରାଜନୀତି। ଆଉ ଉଠୁଛି ପଡ଼ୁଛି କଲେଜ୍ କ୍ୟାମ୍ପସ୍‌ । ରମାଦେବୀ ବିଶ୍ୱବିଦ୍ୟାଳୟ ଠୁ ଫକୀରମୋହନ ବିଶ୍ୱବିଦ୍ୟାଳୟ । ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ଓ ଉତ୍କଣ୍ଠା । ନିଜ ସପକ୍ଷରେ ଭୋଟ୍ ହାତେଇବା ପାଇଁ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି ପ୍ରାର୍ଥୀ । କିଏ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଉଛି, ତ ଆଉ କିଏ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାରେ ବ୍ୟସ୍ତ ।

ପ୍ରାର୍ଥିପତ୍ର ଦାଖଲ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏବେ ନିର୍ବାଚନୀ ମାହୋଲ ଆହୁରି ସରଗରମ ହୋଇଛି। ଆସନ୍ତାକାଲି ରହିଛି ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ଏହି ବୈଠକରେ ପ୍ରାର୍ଥୀମାନେ ନିଜ ନିଜର ଲକ୍ଷ୍ୟ, ଯୋଜନା ଓ ପ୍ରତିଶ୍ରୁତି ଛାତ୍ରଛାତ୍ରୀଙ୍କ ସାମ୍ନାରେ ରଖିବେ ।ଅନ୍ୟପଟେ, ଅକ୍ଟୋବର ୧୫ ତାରିଖ ଗୁରୁବାର ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ହେବ ମତଦାନ । ଭୋଟ୍ ଗ୍ରହଣ ଶେଷ ହେବା ପରେ ସେହିଦିନ ଅପରାହ୍ଣ ୨ଟାରୁ ଫଳାଫଳ ଘୋଷଣା କରାଯିବ । ଏହାପରେ ଅକ୍ଟୋବର ୧୬ ତାରିଖରେ ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ ।

Related Articles

Back to top button