
ଭୁବନେଶ୍ୱର ,ସୁନା ଓ ରୁପା ଦର ବଢିବାରେ ଲାଗିଛି।ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା, ୩୧୬୦ ଟଙ୍କା ବଢି ୧ ଲକ୍ଷ ୫୫ ହଜାର ୧୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୦ ଗ୍ରାମ୍ ପିଛା ୨୯୦୦ ଟଙ୍କା ବଢି ୧ ଲକ୍ଷ ୪୨ ହଜାର ୨୦୦ ଟଙ୍କାକୁ ଛୁଇଁଛି। ୧୮ କ୍ୟାରେଟ୍ ସୁନା ଦର, ୧୦ ଗ୍ରାମ୍ ପିଛା ୨୩୭୦ ଟଙ୍କା ବଢି ୧ ଲକ୍ଷ ୧୬ ହଜାର ୩୫୦ ଟଙ୍କା ହୋଇଛି। ରୁପା ଦର ଗୋଟିଏ ଦିନରେ, ୧୦ ହଜାର ଟଙ୍କା ବଢିଯାଇଛି। ଗତ କାଲି ରୁପା ଦର ୧ କିଲୋଗ୍ରାମ୍ ପିଛା, ୨ ଲକ୍ଷ ୫୦ ହଜାର ଟଙ୍କା ଥିବା ବେଳେ ଆଜି ୨ ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିଛି, ରୁପା ଦର। ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ସୁନାକୁ, ସୁରକ୍ଷିତ ନିବେଶ ବା ‘ସେଫ୍-ହେଭେନ୍’ ଆସେଟ୍ ଭାବେ ଦେଖାଯାଉଥିବାରୁ, ଚାହିଦା ବଢ଼ିଛି। ରୁପା ଦର ବୃଦ୍ଧିରେ ନିବେଶ ଚାହିଦା ସହିତ ଶିଳ୍ପ କ୍ଷେତ୍ରର, ଚାହିଦା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି।ଦୁଇ ମାସ ପରେ ସୁନା ଦର, ଆଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।




