ସଂସଦରେ ‘SHIELD’ ନାମକ ଏକ ନୂଆ ବିଲ୍

ଭୁବନେଶ୍ୱର , କମ୍ ବୟସର ପିଲାମାନେ ମାତାପିତାଙ୍କ ଅନୁମତି ବିନା, ସୋସିଆଲ ମିଡିଆ କିମ୍ବା ଅନଲାଇନ୍ ଗେମ୍ ଆପ୍ଗୁଡ଼ିକରେ, ଆକାଉଣ୍ଟ ଖୋଲିପାରିବେ ନାହିଁ। ଏଥିସହ କମ୍ପାନୀଗୁଡ଼ିକ ପିଲାଙ୍କ ମୋବାଇଲ୍, ବ୍ୟବହାରକୁ ଟ୍ରାକ୍ କରିବା ସହ ସେମାନଙ୍କୁ ବିଜ୍ଞାପନ ପ୍ରଦର୍ଶିତ କରିବା ଉପରେ, ମଧ୍ୟ ରୋକ ଲାଗିବ।ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ,ଏହି ବେସରକାରୀ ବିଲ୍ଟିକୁ ଆଣିଛନ୍ତି। ତେବେ ସଂସଦରେ ଗଣ୍ଡଗୋଳ ଯୋଗୁଁ ଏହା ଠିକ୍ରେ ଉପସ୍ଥାପିତ ହୋଇପାରି ନଥିଲା। ଏଭଳି ବେସରକାରୀ ବିଲ୍ଗୁଡ଼ିକ ସହଜରେ ଆଇନରେ ପରିଣତ ହୁଏ ନାହିଁ; ଏହାକୁ ଆଇନ ହେବାକୁ ହେଲେ, ଲମ୍ବା ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ।ଇଣ୍ଟରନେଟ୍ରେ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ, ସଂସଦରେ ‘SHIELD’ ନାମକ ଏକ ନୂଆ ବିଲ୍ ଆସିଛି।ପିଲାମାନେ କେଉଁ ସବୁ ଆପ୍ ବ୍ୟବହାର କରୁଛନ୍ତି, ତାହା ଉପରେ ନଜର ରଖିବା ପାଇଁ ,ଅଭିଭାବକଙ୍କୁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା ମିଳିବ। କୌଣସି କମ୍ପାନୀ ଏହି ନିୟମ ଭାଙ୍ଗେ, ତେବେ ତାହାକୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ,ଦେବାକୁ ପଡ଼ିପାରେ।




