
ଭୁବନେଶ୍ୱର ,ରାଜ୍ୟର ଫୁଡ୍ ସେଫ୍ଟି ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବିଭାଗର ସ୍ୱତନ୍ତ୍ର ଯାଞ୍ଚ ବେଳେ, କିଛି ୩-ଷ୍ଟାର୍ ଓ ୫-ଷ୍ଟାର୍ ହୋଟେଲରେ ଏକ୍ସପାୟାରି ଖାଦ୍ୟ, ଫିମ୍ପି ଲାଗିଥିବା ପରିବା ଏବଂ ଅସ୍ୱଚ୍ଛ ପରିବେଶରେ ରୋଷେଇ ଓ ଷ୍ଟୋରେଜ୍ ବ୍ୟବସ୍ଥା ଦେଖିବାକୁ ମିଳିଛି। ଯାଞ୍ଚ ସମୟରେ ଅଧିକାରୀମାନେ ଏକ୍ସପାୟାରି ହୋଇଥିବା କ୍ଷୀର ଓ ଖରାପ ଓ ଫିମ୍ପି ଲାଗିଥିବା ପରିବା, ଏକ୍ସପାୟାରି ସାମଗ୍ରୀ, ଅଧିକ ଦିନ ଧରି ରହିଥିବା ମାଂସ, ଚିକେନ୍ ଓ ମାଛ ଦେଖିବାକୁ ପାଇଥିଲେ। ଅଗଷ୍ଟ ୭ରେ ବେଙ୍ଗାଲୁରୁର ବିଭିନ୍ନ ଅଞ୍ଚଳରେ, ୩୦ଟି ଫୁଡ୍ ସେଫ୍ଟି ଟିମ୍ ଏହି ଯାଞ୍ଚ ଅଭିଯାନ ଚଳାଇଥିଲେ। ମୋଟ ୨୬ଟି ୩-ଷ୍ଟାର୍ ଓ ୫-ଷ୍ଟାର୍ ହୋଟେଲ, ଯାଞ୍ଚ କରାଯାଇଥିଲା। ଏହି ସମୟରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ୩୫ଟି ନମୁନା ସଂଗ୍ରହ କରି, ଲାବରେଟୋରୀ ପରୀକ୍ଷା ପାଇଁ ପଠାଯାଇଛି। ହୋଟେଲଗୁଡିକ FSSAIର ବାଧ୍ୟତାମୂଳକ ଲେବେଲିଂ ନିୟମର ଉଲ୍ଲଂଘନ କରିଥିବା ଭଳି ,ଅନିୟମିତତା ସାମ୍ନାକୁ ଆସିଛି। ଅଧିକାରୀମାନେ କ୍ଷୀର, ଚିକେନ୍, ମଟନ୍, ମାଛ, ଖାଇବା ତେଲ, ମସଲା, ଚା’ ପତି, ଚିଜ୍, ଟମାଟୋ ସସ୍, ଲେମ୍ବୁ ରସ ଆଦିର ନମୁନା ସଂଗ୍ରହ କରିଛନ୍ତି। ଏହି ନମୁନାର ଲାବରେଟୋରୀ ରିପୋର୍ଟ ଆସିବା ପରେ ଆବଶ୍ୟକ ହେଲେ, ଆହୁରି କଠୋର ପଦକ୍ଷେପ ନିଆଯିବ। ଭୁଲ୍ ଲେବେଲିଂ ଏବଂ ଫୁଡ୍ ମିସ୍ବ୍ରାଣ୍ଡିଂ ହୋଇଥିବା ଜଣାପଡ଼ିଥିଲା।




