ଓଡ଼ିଶାରାଜନୀତି

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପ୍ରୟାସ।

ଭୁବନେଶ୍ୱର ,ଓଡ଼ିଶାକୁ ଏକ ପ୍ରମୁଖ ନିବେଶ କେନ୍ଦ୍ରରେ ପରିଣତ କରିବାକୁ, ରାଜ୍ୟ ସରକାରଙ୍କ ବଡ଼ ପ୍ରୟାସ। ନୂଆଦିଲ୍ଲୀରେ ଆୟୋଜନ ହେଉଛି ‘ଓଡ଼ିଶା ଫୁଡ୍ ପ୍ରୋ–୨୦୨୬’। ଦେଶର ପ୍ରମୁଖ ଶିଳ୍ପ ସଂଘ, ନିବେଶକ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର, ପ୍ରତିନିଧିମାନେ ଯୋଗଦେବେ। ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ସରକାରଙ୍କ ଶିଳ୍ପନୀତି ଓ ନିବେଶ ଅନୁକୂଳ ପରିବେଶ ସମ୍ପର୍କରେ, ସେମାନଙ୍କୁ ଅବଗତ କରାଯିବ।କୃଷକଙ୍କ ଉତ୍ପାଦର ମୂଲ୍ୟ ସଂଯୋଜନ, ଯୁବକ-ଯୁବତୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ଏବଂ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସଶକ୍ତ କରିବା ଉପରେ ସରକାର, ଗୁରୁତ୍ୱ ଦେଉଛନ୍ତି। କୃଷିଜାତ ଉତ୍ପାଦ,  ଫଳ, ପନିପରିବା, ମିଲେଟ୍ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ, ଓଡ଼ିଶାର ବିପୁଳ ସମ୍ଭାବନା ରହିଛି।  ରାଜ୍ୟ ସରକାରଙ୍କ ଲକ୍ଷ୍ୟ , ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଫୁଡ୍ ପ୍ରୋସେସିଂ ହବ୍ ଭାବେ ଗଢ଼ି ତୋଳିବା।ନିବେଶକଙ୍କ ସାମ୍ନାରେ ଉପସ୍ଥାପନ କରି ରାଜ୍ୟରେ, ନୂଆ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ବୃଦ୍ଧି କରିବା ହେଉଛି ରୋଡ୍ ଶୋ’ର ମୂଳ ଉଦ୍ଦେଶ୍ୟ।

Related Articles

Back to top button