ଅନ୍ୟାନ୍ୟସ୍ୱାସ୍ଥ୍ୟ

୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଏହା ବିପଜ୍ଜନକ

ଭୁବନେଶ୍ୱର ,ଚାନ୍ଦିପୁରା ଭୂତାଣୁର ଚିକିତ୍ସା ପାଇଁ, ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନାହିଁ। ଆକ୍ରାନ୍ତଙ୍କୁ ସେମାନଙ୍କ ଲକ୍ଷଣ ଆଧାରରେ, ଚିକିତ୍ସା କରାଯାଉଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।ଗୁଜରାଟରେ ଚାନ୍ଦିପୁରା ଭୂତାଣୁର ଆତଙ୍କ,ବଢ଼ିବାରେ ଲାଗିଛି। ବିଶେଷ କରି ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ, ଏହା ବିପଜ୍ଜନକ ସାଜିଛି।ଯଦି ପିଲାମାନଙ୍କ ଠାରେ ଜ୍ୱର, ବାନ୍ତି, ମୂର୍ଚ୍ଛା କିମ୍ବା ଅନ୍ୟ କୌଣସି ଗୁରୁତର ଲକ୍ଷଣ ଦେଖାଯାଏ ତେବେ, ସେମାନଙ୍କୁ ତୁରନ୍ତ ନିକଟତମ, ଡାକ୍ତରଖାନାକୁ ଆଣିବାକୁ, ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଚାନ୍ଦିପୁରା ଭାଇରସ୍, ରେବଡୋଭିରିଡେ ଫ୍ୟାମିଲିର ଅଣୁଜୀବ। ଏହା ପଶ୍ଚିମ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତରେ ବିଶେଷକରି ମୌସୁମୀ ଋତୁରେ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍ ର ସମସ୍ୟା, ସୃଷ୍ଟିକରିଥାଏ। ଏହି ଭାଇରସ୍ ବାଲିଆ ମାଛି, କେତେକ ବିଶେଷ ପ୍ରକାର ମଶା, ଏବଂ ଅନ୍ୟ କିଛି କୀଟପତଙ୍ଗ ଦ୍ୱାରା ସଂକ୍ରମିତ, ହୋଇଥାଏ। ଏ ନେଇ ରାଜ୍ୟ ସରକାରଙ୍କ ଚିନ୍ତା, ବଢ଼ିବାରେ ଲାଗିଛି।ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ, ସକ୍ରିୟ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ତତ୍ତ୍ବାବଧାନରେ, ସ୍ୱାସ୍ଥ୍ୟ ବିଭାଗ ଚାନ୍ଦିପୁରା ଭୂତାଣୁଜନିତ ସ୍ଥିତି ଉପରେ, ନଜର ରଖିଛି ଏବଂ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ, ଗ୍ରହଣ କରୁଛି।

Related Articles

Back to top button