ଜାତୀୟଜୀବନଶୈଳୀ

ୟୁପିଆଇ ପେମେଣ୍ଟ ସିଷ୍ଟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

ଭୁବନେଶ୍ୱର ,କେନ୍ଦ୍ର ସରକାର ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ୍ ଆଇନରେ, ସଂଶୋଧନ ଆଣିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ, ଏହି ବିଲ୍ ଉପସ୍ଥାପନ କରିଛନ୍ତି।  କାରବାର କିମ୍ବା ଦେୟ ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି, ନିଆଯାଇ ନାହିଁ। ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୦.୩% ରୁ ୦.୫% ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ଲାଗୁ ହୋଇପାରେ। ତେବେ ଏହି ଶୁଳ୍କ କେବଳ, ବାର୍ଷିକ ୧.୫ କୋଟି ଟଙ୍କାରୁ ଅଧିକ କାରବାର ଥିବା ବ୍ୟବସାୟୀଙ୍କ ପାଇଁ, ଧାର୍ଯ୍ୟ ହେବାର ସମ୍ଭାବନା ଅଛି। ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ, ଦେବାକୁ ପଡ଼ିବ ନାହିଁ। କ୍ଷୁଦ୍ର ବ୍ୟବସାୟୀମାନେ ପୂର୍ବଭଳି ବିନା ଶୁଳ୍କରେ ୟୁପିଆଇ ସେବା ଉପଭୋଗ କରିପାରିବେ। ବ୍ୟବସାୟୀମାନେ ଏମଡିଆର ବାବଦ ଦେୟ ବ୍ୟାଙ୍କ କିମ୍ବା ପେମେଣ୍ଟ ସେବା ପ୍ରଦାନକାରୀଙ୍କୁ, ଦେଇଥାନ୍ତି।ଭବିଷ୍ୟତରେ ନିର୍ଦ୍ଦିଷ୍ଟ ୟୁପିଆଇ କାରବାର ଉପରେ ମର୍ଚ୍ଚାଣ୍ଟ ଶୁଳ୍କ ଲାଗୁ କରିବାକୁ, ଏଥିରେ ଅନୁମତି ଦିଆଯାଇପାରେ। ତେବେ ଏ ପର୍ଯ୍ୟନ୍ତ କୌଣସି ଦେୟ ଧାର୍ଯ୍ୟ, କରାଯାଇ ନାହିଁ। ଏହି ସଂଶୋଧିତ ପ୍ରସ୍ତାବ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ  ପାଇଁ ଦ୍ବାର ଉନ୍ମୁକ୍ତ କରିବ।

Related Articles

Back to top button