
ଭୁବନେଶ୍ୱର , ରିଲାଏନ୍ସ ଜିଓ କମ୍ପାନୀ ନୂଆ ‘Jio Home Packs’ ଲଞ୍ଚ କରିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ମାସକୁ ୪୦୦ ଟଙ୍କା ରଖାଯାଇଛି। ଯଦି ଆପଣଙ୍କ ଘରେ ଇଣ୍ଟରନେଟର ଅଧିକ ଆବଶ୍ୟକତା ନାହିଁ ଏବଂ ଆପଣ କେବଳ ଟିଭି ଦେଖିବାକୁ ଚାହୁଁଛନ୍ତି, ତେବେ ଜିଓର ୪୦୦ ଟଙ୍କିଆ ବେସିକ୍ ପ୍ଲାନ୍ ଆପଣଙ୍କ ପାଇଁ ଭଲ ହୋଇପାରେ। ଏହି ପ୍ଲାନରେ ୧୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଦେଖିବାର, ସୁବିଧା ମିଳିଥାଏ।ଯେଉଁ ୟୁଜର୍ସଙ୍କୁ ଦ୍ରୁତ ଇଣ୍ଟରନେଟ୍ ସ୍ପିଡ୍ ସହିତ ମନୋରଞ୍ଜନ ମଧ୍ୟ ଦରକାର, ସେମାନଙ୍କ ପାଇଁ 100 Mbps ଅଲ୍-ଇନ୍-ୱାନ୍ ପ୍ଲାନ୍ ରହିଛି। ଏଥିରେ, 100 Mbps ଇଣ୍ଟରନେଟ୍ ସ୍ପିଡ୍, ୧୦୦୦ ରୁ ଅଧିକ, ଲାଇଭ୍ ଟିଭି ଚ୍ୟାନେଲ୍ ଏବଂ ୧୨ଟି OTT ଆପ୍ସର ଆକ୍ସେସ୍ ମିଳିଥାଏ। କମ୍ପାନୀ ଏହି ପ୍ଲାନରେ ୨୧୨୨ ଟଙ୍କାର ରିଚାର୍ଜ କଲେ. ୨ ମାସ ସହିତ. ୧ ମାସ ଫ୍ରି ଦେଉଛି।ଯଦି ଆପଣଙ୍କର କେବଳ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଦରକାର, ତେବେ ଜିଓ ଦୁଇଟି Wifi ପ୍ଲାନ୍ ପରିଚିତ କରାଇଛି। ପ୍ରଥମ ପ୍ଲାନ୍ 30Mbps ସ୍ପିଡ୍ ସହିତ ଆସିଥାଏ, ଯାହା ଦୈନନ୍ଦିନ ବ୍ୟବହାର, ପାଇଁ ଉତ୍ତମ ମନେକରାଯାଏ। ଏହି ପ୍ଲାନରେ ୫ ମାସ ପାଇଁ ୨୨୦୦ ଟଙ୍କା ଦେୟ ଦେଲେ, ଏହା ମାସକୁ ୪୫୦ ଟଙ୍କା ପଡ଼ିଥାଏ।ସେହିପରି ଅଧିକ ସ୍ପିଡ୍ ଚାହୁଁଥିବା .ୟୁଜର୍ସଙ୍କ ପାଇଁ 100Mbps ପ୍ଲାନ୍ ମଧ୍ୟ ଉପଲବ୍ଧ। ଏହାର ମାସିକ ପ୍ଲାନ୍ ମୂଲ୍ୟ. ୬୦୦ ଟଙ୍କା ରଖାଯାଇଛି। ଗ୍ରାହକ ଚାହିଁଲେ ୫ ମାସ ପାଇଁ ୩,୦୦୦ ଟଙ୍କା ଦେଇ. ମଧ୍ୟ ଏହାକୁ ନେଇପାରିବେ।




