
ଭୁବନେଶ୍ୱର ,ଆଜି ସ୍ବତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ବରରୁ, ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି ।
ବ୍ରହ୍ମପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସଡ଼କ ପଥରେ, ପ୍ରାୟ ୮୦ କିଲୋମିଟର ଦୂର ତପ୍ତପାଣି ଯିବେ।
ସେଠାରେ ମାଆ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର, କାର୍ଯ୍ୟକ୍ରମ ରହିଛି।
ପରେ ସନ୍ଧ୍ୟାରେ ସେ ବ୍ରହ୍ମପୁରକୁ, ଫେରି ଗୋପାଳପୁରସ୍ଥିତ, ଆର୍ମି ଏୟାର୍ ଡିଫେନ୍ସ କଲେଜ୍ ରେ, ରାତ୍ରିଯାପନ କରିବେ ।ଏଥିପାଇଁ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ରାଷ୍ଟ୍ରପତି, ସ୍ପେଶାଲ୍ ଟ୍ରେନ୍ ଆସିଛି।
ଭୁବନେଶ୍ୱରରୁ ବ୍ରହ୍ମପୁର ପହଞ୍ଚିବାକୁ, ପ୍ରାୟ ଦୁଇ ଘଣ୍ଟା ଦଶ ମିନିଟ୍, ସମୟ ଲାଗିବ।
ସୁରକ୍ଷା ଦାୟିତ୍ୱରେ, ରାଜ୍ୟ ପୋଲିସ, ରେଳ ସୁରକ୍ଷା ବାହିନୀ ଏବଂ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାର ଅଧିକାରୀମାନେ ନିୟୋଜିତ ଅଛନ୍ତି।
ଗସ୍ତକୁ ନେଇ ରେଳ, ସଡ଼କ ଓ ଗନ୍ତବ୍ୟସ୍ଥଳରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।




