ଅନ୍ୟାନ୍ୟଜୀବନଶୈଳୀ

ରାଜ୍ୟରେ ପରିବା ଦର କମିବାର ନାଁ ଧରୁନି।

ଭୁବନେଶ୍ୱର ,ସବୁଠି ପରିବାର ଖୁଚୁରା ଦରକୁ ନେଇ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। , ବର୍ଷା ପ୍ରଭାବ, ଯୋଗାଣରେ ଅଭାବ ଓ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ, ପରିବା ଦର ବଢ଼ିଛି।

ଅନ୍ୟପଟେ, ଗ୍ରାହକମାନେ ଶୀଘ୍ର ଦର ନିୟନ୍ତ୍ରଣ ପାଇଁ ସରକାରୀ ପଦକ୍ଷେପ ନେବାକୁ, ଦାବି କରିଛନ୍ତି।

ବଜାରରେ ପରିବା ଯୋଗାଣ ସ୍ୱାଭାବିକ ହେଲେ ଦର କମିବ ବୋଲି ବ୍ୟବସାୟୀମାନେ ଆଶା ପ୍ରକାଶ କରିଛନ୍ତି।

ଛତ୍ରବଜାରରେ  ଭେଣ୍ଡି ୫୦ ଟଙ୍କା, କାକୁଡ଼ି ୬୦ ଟଙ୍କା, ବାଇଗଣ କେଜି ପିଛା ୮୦ ଟଙ୍କା,ପୋଟଳ ୮୦ ଟଙ୍କା, ବିନ୍ସ ୧୨୦ ଟଙ୍କା, ଜହ୍ନି ୮୦ ଟଙ୍କା ଏବଂ ଖମ୍ବ ଆଳୁ ୧୦୦ ଟଙ୍କା କେଜି ପ୍ରତି ବିକ୍ରି ହେଉଛି।

ଏଭଳି ଦର ଦେଖି ଗ୍ରାହକମାନେ, ଚିନ୍ତାରେ ପଡ଼ିଥିବା ବେଳେ, ଅନେକେ ଆବଶ୍ୟକତା ଅନୁଯାୟୀ କମ୍ ପରିମାଣରେ, ପରିବା କିଣୁଛନ୍ତି।

ଗତ କିଛି ଦିନ ହେବ ବଜାରରେ, ପ୍ରାୟ ସବୁ ପ୍ରକାର ପରିବା ଉଚ୍ଚ ଦରରେ ବିକ୍ରି ହେଉଛି।

Related Articles

Back to top button