ଅନ୍ତର୍ଜାତୀୟକ୍ରୀଡ଼ା

୧୨ଟି ଭେନ୍ୟୁରେ ଖେଳାଯିବ ମ୍ୟାଚ୍‌ ୨୦୨୭ ଦିନିକିଆ ବିଶ୍ବକପ

ଭୁବନେଶ୍ୱର,ଦିନିକିଆ କ୍ରିକେଟ ବିଶ୍ବକପ ଦୀର୍ଘ ୨୪ ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ଫେରିଥିବା ବେଳେ, ଶୁକ୍ରବାର ଜୋହାନସବର୍ଗରେ ଏକ ଭବ୍ୟ ଉତ୍ସବରେ, ଆଗାମୀ ସଂସ୍କରଣ ଲାଗି ଆଇସିସି ପକ୍ଷରୁ ଭେନ୍ୟୁ ଘୋଷଣା କରାଯାଇଛି। ଏହି ଅବସରରେ ପ୍ରତିଯୋଗିତାର, ଆନୁଷ୍ଠାନିକ ବ୍ରାଣ୍ଡ ପରିଚୟ ‘ତିନି ରାଷ୍ଟ୍ର ଏକ ହୃଦ୍‌ସ୍ପନ୍ଦନ’ ୩ ସହ ଆୟୋଜକଙ୍କ ମଧ୍ୟରେ ଥିବା, ଏକତା ଘୋଷଣା କରାଯାଇଥିଲା। ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଚତୁର୍ଦଶତମ ସଂସ୍କରଣ-୨୦୨୭ ଅକ୍ଟୋବର ୪ରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ। ମ୍ୟାଚ ୩ଟି ଦେଶର ମୋଟ୍‌ ୧୨ଟି ଭେନ୍ୟୁରେ ଖେଳାଯିବ।ଦକ୍ଷିଣ ଆଫ୍ରିକାର ଜୋହାନର୍ସବର୍ଗ, ସେଞ୍ଚୁରିଅନ, କେପ୍‌ଟାଉନ, ଡର୍ବାନ, ଗ୍ବେବେରା, ବ୍ଳୋଏମଫୋଣ୍ଟେନ, ପର୍ଲ ଓ ବୁଫାଲୋ ପାର୍କ ଭେନ୍ୟୁ ତାଲିକାରେ ରହିଛି। ଜିମ୍ବାୱୋର ହରାରେ, ବୁଲାୱେ ଓ ଭିକ୍ଟୋରିଆ ଫଲ୍‌ସରେ ଓ ନାମ୍ବିଆର ରାଜଧାନୀ ୱିଣ୍ଡହୋଏକାରେ ଖେଳାଯିବ।ପ୍ରତିଯୋଗିତାର ଲୋଗୋ ପାରମ୍ପରିକ ଆଫ୍ରିକୀୟ, ତାର୍‌ ବାଉଲ୍‌ ଅନୁଯାୟୀ କରାଯାଇଛି। ଏହାର ରଙ୍ଗ ପ୍ୟାଲେଟ୍‌ରେ ଜିମ୍ବାୱେ ଚିଲି ଆଫ୍ରିକୀୟ ରୁଟ୍‌, ଫିନବୋସ ପପ୍‌. ନାମିବ୍ୟା ଡୁନ୍‌, ହରାରେ ଡନ ଏବଂ ଦୁଇ ସମୁଦ୍ରର ସେଡ୍‌ସ ରହିଛି।

Related Articles

Back to top button