ଅନ୍ୟାନ୍ୟଶିକ୍ଷା

ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷାକୁ ନେଇ ଏକ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର,ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ।ଅଲ୍ ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷାକୁ ନେଇ ଏକ ସଙ୍ଗୀନ ଅଭିଯୋଗ, ସାମ୍ନାକୁ ଆସିଛି।

ପରୀକ୍ଷା ପୂର୍ବରୁ ଏକ ହ୍ୱାଟ୍ସଆପ୍ ଗ୍ରୁପରେ, ପ୍ରଶ୍ନପତ୍ର ଲିକ୍ ହୋଇଥିବା, ଅଭିଯୋଗ ଉଠିଛି।

ଘଟଣା ପ୍ରକାଶ ପାଇବା ପରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସ ବ୍ୟବହାର ଉପରେ, କଡ଼ା କଟକଣା ଲାଗୁ କରାଯାଇଛି।

ଅଭିଯୋଗ ଅନୁସାରେ, ପରୀକ୍ଷା ଆରମ୍ଭ ପୂର୍ବରୁ ହିଁ ହ୍ୱାଟ୍ସଆପ୍ ଗ୍ରୁପରେ, ପ୍ରଶ୍ନପତ୍ର ପୋଷ୍ଟ କରାଯାଉଥିଲା।

କେବଳ ସେତିକି ନୁହେଁ, କିଛି ନିର୍ଦ୍ଦିଷ୍ଟ ହ୍ୱାଟ୍ସଆପ୍ ନମ୍ବରରୁ ପ୍ରଶ୍ନର ଉତ୍ତର ମଧ୍ୟ ପଠାଯାଉଥିବା, ଅଭିଯୋଗ ହୋଇଛି।

Related Articles

Back to top button