ନୀରଜ ଏବଂ ଅର୍ଶଦଙ୍କ ମଧ୍ୟରେ ମହାମୁକାବିଲା

ଭୁବନେଶ୍ୱର,ଗ୍ଲାସଗୋରେ ଚାଲିଥିବା କମନୱେଲଥ୍ ଗେମ୍ସ ୨୦୨୬ର ୮ମ ଦିନରେ, ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପୁଣି ଥରେ ଭାରତର ନୀରଜ ଚୋପ୍ରା ଏବଂ ପାକିସ୍ତାନର ଅର୍ଶଦ ନଦୀମଙ୍କ ମଧ୍ୟରେ କଡ଼ା ଟକ୍କର, ଦେଖିବାକୁ ମିଳିବ।କମନୱେଲଥ୍ ଗେମ୍ସ ୨୦୨୬ ରେ ନୀରଜ ଚୋପ୍ରା ଏବଂ ଅର୍ଶଦ ନଦୀମଙ୍କ ମଧ୍ୟରେ ହେବାକୁ ଥିବା ଏହି ଲଢ଼େଇ କାହିଁକି ଏତେ ଆକର୍ଷଣୀୟ …. ନୀରଜ ଚୋପ୍ରା ୨୦୧୮ ଗୋଲ୍ଡ କୋଷ୍ଟ କମନୱେଲଥ୍ ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ୨୦୨୨ ବର୍ମିଂହାମ୍ କମନୱେଲଥ୍ ଗେମ୍ସ ସମୟରେ ଆଘାତ ଯୋଗୁଁ ନୀରଜ, ଭାଗ ନେଇପାରି ନଥିଲେ।ପାକିସ୍ତାନର ଅର୍ଶଦ ନଦୀମ୍ ସେଠାରେ କେବଳ ସ୍ୱର୍ଣ୍ଣ ପଦକ ଜିତିନଥିଲେ ବରଂ କମନୱେଲଥ୍ ଗେମ୍ସରେ ଏକ ନୂଆ ରେକର୍ଡ, ମଧ୍ୟ ସୃଷ୍ଟି କରିଥିଲେ। ଏବେ ଗ୍ଲାସଗୋରେ ନୀରଜ ଚୋପ୍ରା ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୀରଜଙ୍କ ଉପସ୍ଥିତିରେ ପାକିସ୍ତାନର ଅର୍ଶଦ ନଦୀମ୍ ନିଜର ସ୍ୱର୍ଣ୍ଣିମ ସଫଳତା ଦୋହରାଇ ପାରିବେ କି ନାହିଁ? ଏହି ଗୋଟିଏ ପ୍ରଶ୍ନ ଏହି ମୁକାବିଲାକୁ ଅତ୍ୟନ୍ତ ରୋମାଞ୍ଚକର କରିଦେଇଛି।୨୦୧୭ ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ରେ, ନୀରଜ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଅର୍ଶଦ ୭ମ ସ୍ଥାନରେ ରହିଥିଲେ। ୨୦୧୮ କମନୱେଲଥ୍ ଗେମ୍ସରେ ନୀରଜ ଗୋଲ୍ଡ ଜିତିଥିବା ବେଳେ, ଅର୍ଶଦ ୮ମ ସ୍ଥାନରେ ରହିଥିଲେ। ଜକାର୍ତ୍ତାରେ ଅନୁଷ୍ଠିତ ୨୦୧୮ ଏସିଆନ୍ ଗେମ୍ସରେ ମଧ୍ୟ ନୀରଜ ପ୍ରଥମ ସ୍ଥାନ ପାଇଥିଲେ ଏବଂ ଅର୍ଶଦ ତୃତୀୟ ସ୍ଥାନରେ ରହିଥିଲେ।




