ଅନ୍ୟାନ୍ୟବାଣିଜ୍ୟ

ପୁଣି ହ୍ରାସ ପାଇଛି ସୁନା ଓ ରୁପା ଦର ।

ଭୁବନେଶ୍ୱର ,  ଆଜି ସୁନା ଓ ରୁପା ଦର ପୁଣି ହ୍ରାସ ପାଇଛି। ସୁନା ୧୦ ଗ୍ରାମକୁ ୧୭୨୦ ଟଙ୍କା ଓ ରୁପା କେଜି ୫୦୦୦ ଟଙ୍କା କମିଛି। ତେଣୁ ଯେଉଁମାନେ ସୁନା ଓ ରୁପ କିଣିବାକୁ ଚାହୁଁଛନ୍ତି, କିଣି ରଖିପାରିବେ।ସୁନା ସହିତ ରୁପା ଦରରେ, ମଧ୍ୟ ହ୍ରାସ ଦେଖାଛି। ଘରୋଇ ସ୍ପଟ ବଜାରରେ, ରୁପା ଦର ନିମ୍ନମୁଖୀ ହୋଇଛି। ଗୁଡ୍ ରିଟର୍ନ୍ସ ଅନୁସାରେ, ଦିଲ୍ଲୀରେ ରୁପାର ସ୍ପଟ ଦର ୫,୦୦୦ ଟଙ୍କା କମି ପ୍ରତି କିଲୋଗ୍ରାମ ୨,୩୫,୦୦୦ ଟଙ୍କାରେ କାରବାର, କରୁଥିବା ଜଣାପଡ଼ିଛି। ଆଜି ସକାଳ ୧୧ଟା ସୁଦ୍ଧା ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ସ୍ପଟ ଦର ୧,୭୨୦ ଟଙ୍କା କମିଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ, ୧,୪୪,୩୨୦ ଟଙ୍କାରେ, କାରବାର କରୁଛି। ସେହିପରି ୨୨ କ୍ୟାରେଟ୍ ସୁନାର ଦର ୧,୫୫୦ ଟଙ୍କା କମି ପ୍ରତି ୧୦ ଗ୍ରାମ ୧,୩୨,୩୦୦ ଟଙ୍କାରେ ପହଞ୍ଚିଛି। ୧୮ କ୍ୟାରେଟ୍ ସୁନାର ଦର ୧,୨୬୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୧,୦୮,୨୮୦ ଟଙ୍କାରେ କାରବାର କରୁଥିବା, ଦେଖିବାକୁୁ ମିଳିଛି।ଏମସିଏକ୍ସ ଏକ୍ସଚେଞ୍ଜରେ ମଧ୍ୟ ସୁନା ଓ ରୁପା ଦରରେ, ପତନ ଦେଖାଯାଇଛି। ଆଜି ସକାଳ ୧୧ଟା ୪୦ ମିନିଟ୍ ସୁଦ୍ଧା ଅଗଷ୍ଟ ୫ ଡେଲିଭରି ସୁନାର ଦର ୦.୭୩ ପ୍ରତିଶତ କିମ୍ବା ୧,୦୪୨ ଟଙ୍କା କମି ପ୍ରତି ୧୦ ଗ୍ରାମ ୧,୪୨,୦୨୧ ଟଙ୍କାରେ କାରବାର କରୁଛି।

Related Articles

Back to top button